Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝଲସୁଛି ସାକ୍ଷୀଗୋପାଳ, ସଜେଇ ହୋଇଛି ଗୋପାଳଜିଉ ମନ୍ଦିର

Banajyotshna Ray
Browse all articles by Banajyotshna Ray
·1 year ago
ଝଲସୁଛି ସାକ୍ଷୀଗୋପାଳ, ସଜେଇ ହୋଇଛି ଗୋପାଳଜିଉ ମନ୍ଦିର

ଅର୍ଗସ ବ୍ୟୁରୋ:  ଝଲସୁଛି ସାକ୍ଷୀଗୋପାଳ। ସଜେଇ ହୋଇଛି ଗୋପାଳଜିଉ ମନ୍ଦିର। ଚାଲିଛି ଅଁଳା ନବମୀ ଦର୍ଶନ। ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା' ରାଧା ରାଣୀ। କାଣିଆଁ କଛା ମାରି ପାଟ ବସ୍ତ୍ର ପରିଧାନ କରିଛନ୍ତି ମା' ରାଧାରାଣୀ। ସେପଟେ ନଟବର ବେଶରେ ସଜେଇ ହୋଇଛନ୍ତି ଶ୍ରୀ କୃଷ୍ଣ। ମା' ରାଧା ରାଣୀଙ୍କ ଦୁର୍ଲଭ ବେଶ ଦର୍ଶନ କରିବାକୁ ଲାଗିଛି ଭକ୍ତଙ୍କ ଭିଡ। ରାତି ଗୋଟାଏରେ ଦ୍ବାର ଫିଟା ନୀତି ପରେ ଦୋଟାଏ ୩୦ରେ ମଙ୍ଗଳ ଆଳତି ପରେ ପରେ ବେଶ, ମୈଲମ ନୀତି ୩ଟାରେ ହୋଇଛି। ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବଲଭ, ସକାଳ ଧୂପ, ବାଳଭୋଗ ନୀତି ୩.୩୦ ରେ ଶେଷ ହୋଇଥିବା ବେଳେ ଭୋର ୬ଟାରୁ ସାହଣମେଲା ଦର୍ଶନ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sakthi Gopal is shining, Gopal Jiu temple is decorated | Argus News