Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

PM Awas Beneficiaries / ସମ୍ବଲପୁରର ୮୫୫ ହିତାଧିକାରୀଙ୍କୁ PM ଆବାସ ଘର କାର୍ଯ୍ୟାଦେଶ ବାଣ୍ଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ସମ୍ବଲପୁରର ୮୫୫ ହିତାଧିକାରୀଙ୍କୁ PM ଆବାସ ଘର କାର୍ଯ୍ୟାଦେଶ ବାଣ୍ଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
Dharmendra Pradhan

Key Points

୮୫୫ ହିତାଧିକାରୀଙ୍କୁ PM ଆବାସ ଘର କାର୍ଯ୍ୟାଦେଶ ବାଣ୍ଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
୧୩ କୋଟି ମୂଲ୍ୟର ୩୦ଟି ପ୍ରକଳ୍ପର କଲେ ଭିତ୍ତି ସ୍ଥାପନ
ସମ୍ବଲପୁରର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଦେଲେ ହିସାବ
ସମ୍ବଲପୁର ସହରର ୮୫୫ ଜଣ ହିତାଧିକାରୀଙ୍କୁ ଆଜି PM ଆବାସ କାର୍ଯ୍ୟାଦେଶ ବାଣ୍ଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଥିସହ ୧୨ କୋଟି ମୂଲ୍ୟର ୩୦ଟି ପ୍ରକଳ୍ପର ହେଲା ଭିତ୍ତି ସ୍ଥାପନ କରିଛନ୍ତି । ବୁର୍ଲା ଭିସୁଟର ୧୭ ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି ।
ସହରୀ ଗରିବଙ୍କ ମୁହଁରେ ଫୁଟିଲା ହସ । ସମ୍ବଲପୁର ସହରର ୮୫୫ ଜଣ ହିତାଧିକାରୀଙ୍କୁ ପିଏମ୍ ଆବାସ ଯୋଜନାରେ ଘର ପାଇଁ କାର୍ଯ୍ୟାଦେଶ ବାଣ୍ଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହାସହ ୧୨ କୋଟି ୬୩ ଲକ୍ଷ ଅଟକଳରେ ୩୦ଟି ବିକାଶମୂଳକ ପ୍ରକଳ୍ପ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପିଏମ ସ୍ଵନିଧି ଯୋଜନାରେ ୧୦ ଜଣ ହିତାଧିକାରୀଙ୍କୁ ବିନା ବନ୍ଧକରେ ୫୦ ହଜାର ଟଙ୍କା ଯାଏଁ ଋଣ ଦିଆଯାଇଛି । ୩୨ ଜଣଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ସାମିଲ କରାଯାଇଥିବାବେଳେ ୩୪ ଜଣ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିଛି ।

ସମ୍ବଲପୁର ସହରରେ ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛତା, ନାଗରିକଙ୍କ ସୁବିଧା, ଅଞ୍ଚଳର ବିକାଶ ପାଇଁ ବିଜେପି ସରକାର ଆରମ୍ଭ କରିଥିବା ବିଭିନ୍ନ ପ୍ରକଳ୍ପର ହିସାବ ଦେଇଛନ୍ତି ଧର୍ମେନ୍ଦ୍ର । ୪୫୦ କୋଟିରେ ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ୧୬୦ କୋଟିରେ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ଟେଣ୍ଡର ଶୀଘ୍ର ହେବ । ୫୫୦ କୋଟିରେ ଅଯୋଧ୍ୟା ସାଗର ପାଇଁ ଟେଣ୍ଡର ହୋଇଛି । ୧୦୦ଟି ଇଲେକ୍ଟ୍ରିକ୍ ବସ୍‌ ଚଳାଚଳର ବ୍ୟବସ୍ଥା କିରଛନ୍ତି ମୋଦି ସରକାର । ୩୦୦ କୋଟି ଟଙ୍କାର ସ୍ୱରେଜ ପ୍ରକଳ୍ପ, ୨୦୦ କୋଟିର ଡ୍ରେନେଜ ପ୍ରକଳ୍ପ କାମ ଚାଲୁଛି ଏବଂ ଆଉ କିଛି ଆରମ୍ଭ ହେବାକୁ ଯାଉଛି । ହୀରାକୁଦର ବିକାଶ ପାଇଁ ସରକାର ପ୍ରାୟ ୧୦୦ କୋଟି ଟଙ୍କା ଦେଇଛନ୍ତି । ୧୩୦୦ କୋଟି ଟଙ୍କାରେ ରିଙ୍ଗ୍ ରୋଡ୍‌ ସହ ବିମାନବନ୍ଦର, ରେଳ ବିକାଶ କାମ ଚାଲିଛି ।

ବୁର୍ଲା ଭିସୁଟର ୧୭ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ବ୍ୟାଚରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ଓ ସାର୍ଟିଫିକେଟ୍ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି, ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାରେ ଭିସୁଟ ଦେଶର ଅଗ୍ରଣୀ ଅନୁଷ୍ଠାନ । ଓଡ଼ିଆ ଭାଷାରେ ‘ପ୍ରୟୋଗଶାଳା ନିର୍ଦ୍ଦେଶିକା’ ସମେତ ତିନିଟି ହ୍ୟାଣ୍ଡବୁକ୍ ଉନ୍ମୋଚନ ଏହାର ଜ୍ୱଳନ୍ତ ପ୍ରତିଫଳନ । ଭିସୁଟ୍ ହିଁ ଓଡ଼ିଶାର ନବନିର୍ମାଣର ପ୍ରକୃତ ମଞ୍ଜି । ସମ୍ବଲପୁରରେ ଏକ 'କ୍ୱାଣ୍ଟମ ସେଣ୍ଟର'ର ପରିକଳ୍ପନା ଅଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Union Education Minister Distributes PM Awas Orders to 855 Beneficiaries in Sambalpur | Argus News