Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଦଳିଲା ସମ୍ବଲପୁରର ବିଜେଡି ପ୍ରଚାର ବ୍ୟାନର

Odisha

ବଦଳିଲା ସମ୍ବଲପୁରର ବିଜେଡି ପ୍ରଚାର ବ୍ୟାନର

Jitendra Dash
Browse all articles by Jitendra Dash
·2 years ago·1 min read
ବଦଳିଲା ସମ୍ବଲପୁରର ବିଜେଡି ପ୍ରଚାର ବ୍ୟାନର

ଅର୍ଗସ ବ୍ୟୁରୋ : ସମ୍ବଲପୁରର ବିଜେଡି ରାଜନୀତିରେ ରୋଚକ ସ୍ଥିତି । ପ୍ରଚାର ବ୍ୟାନରରୁ ହଟିଲା ପାଣ୍ତିଆନଙ୍କ ଫଟୋ । ବିଜେଡିର ପ୍ରଚାର ବ୍ୟାନରରେ ଲୋକ ସଭାପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀ ସହ ମୁଖ୍ୟମନ୍ତ୍ରୀ ଓ ବିଜୁ ପଟ୍ଟନାୟକଙ୍କ ଫଟୋ ରହିଛି । ପାଣ୍ତିଆନଙ୍କ ଫଟୋ ଗାଏବ ହୋଇଛି ବ୍ୟାନରରୁ । ଯାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଲାଣି । 

ସମ୍ବଲପୁରର ବିଜେଡି ପ୍ରଚାର ବ୍ୟାନରରୁ ଗାଏବ ପାଣ୍ତିଆନଙ୍କ ଫଟୋ । ବିଜେଡି ପ୍ରଚାର ବ୍ୟାନରରେ ବିଜୁ ପଟ୍ଟନାୟକ , ନବୀନ ପଟ୍ଟନାୟକ ସହ ଲୋକ ସଭା ପ୍ରାର୍ଥୀ ବବି ଦାସ ଓ ବିଧାୟକ ପ୍ରାର୍ଥୀ ରୋହିତ ପୁଝାରୀ ଫଟୋ ରହିଛି । ହେଲେ ସାରା ସହରରେ ଲାଗିଥିବା ବିଜେଡି ବ୍ୟାନରରେ ପାଣ୍ତିଆନଙ୍କ ଫଟୋ ଦେଖିବାକୁ ମିଳୁନାହିଁ । ପୁର୍ବରୁ ସମସ୍ତ ବ୍ୟାନରରେ ପାଣ୍ତିଆନ ଫଟୋ ଲାଗିବା ବାଧ୍ୟତା ମୁଳକ ହେଉଥିଲା । କିନ୍ତୁ ଏବେ ଦେଖନ୍ତୁ ସହର ବିଭିନ୍ନ ଛକ ଓ ରାସ୍ତା କଡର ବିଜେଡି ବ୍ୟାନରକୁ । କେମିତି ସମସ୍ତ ବ୍ୟାନରରୁ ପାଣ୍ତିଆନ ଫଟୋକୁ ହଟାଇ ଦିଆଯାଇଛି । ଯାହାକୁ ନେଇ ସାଧାରଣ ମହଲରେ ଯୋର ଚର୍ଚ୍ଚା ହେଉଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାହିଁକି ପାଣ୍ତିଆନଙ୍କ ଫଟୋ ସମ୍ବଲପୁର ବିଜେଡିର ପ୍ରଚାର ବ୍ୟାନରରୁ ହଟିଲା ? ସମ୍ବଲପୁର ବିଜେଡିରେ ପାଣ୍ତିଆନଙ୍କ ଫଟୋ ଲାଗିବା ନେଗେଟିଭ ବାର୍ତ୍ତା ଯାଉଥିଲା କି ? ବବିଙ୍କ ପ୍ରଭାବହୀନ ନାମାଙ୍କନ ରାଲି ପରେ ଷ୍ଟ୍ରେଟେଜି ବଦଳାଇଲାକି ଭୟଭୀତରେ ବିଜେଡି । 

ପାଣ୍ତିଆନ ପ୍ରଶାସନିକ ଅଧିକାରୀରୁ ରାଜନୈତିକକୁ ଆସିଛନ୍ତି । ତାଙ୍କୁ ବିଜେଡିର ଏବେ ଚାଣକ୍ୟ ବୋଲି କୁହାଯାଉଛି । ବବି ଏସବୁ ଦେଖି ସହ୍ୟ ନ କରିପାରିବାରୁ ଜାଣି ଶୁଣି ଫଟୋ ହଟାଇ ଦେଇଥିବା ସମୀକ୍ଷକ ମାନେ କହିଛନ୍ତି । ଦେଖିବାକୁ ବାକି ରହିଲା କଣ ପାଇଁ ସମ୍ବଲପୁରର ବିଜେଡ଼ି ବ୍ୟାନରରୁ ହଟିଲା ପାଣ୍ତିଆନ ଫଟୋ । 
 

Sponsored
sambalpur bjd political election issue | Argus News