Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାନଦୀକୁ ମା କହିଲେ ହେଲେ ସାବତ ମା ପରି ବ୍ୟବହାର କଲେ

Manini Pattanayak
Browse all articles by Manini Pattanayak
·2 years ago·2 min read
ମହାନଦୀକୁ ମା କହିଲେ ହେଲେ ସାବତ ମା ପରି ବ୍ୟବହାର କଲେ

ଭୁବନେଶ୍ୱର: ମହାନଦୀକୁ ନେଇ ବିଜେଡି ସରକାର ବିରୋଧରେ ସମ୍ବଲପୁର ବିଜେପିର ଚାର୍ଜସିଟ୍...ଭୋଟ ପାଇବାକୁ ମହାନାଟକ କଲା ଶାସକ ଦଳ।.ମହାନଦୀକୁ ମା' କହି କଲେ ସାବତ ମା' ପରି ବ୍ୟବହାର...ମା' ଆଖିରେ ଲୁହ, ପାଣି ପାଲଟିଛି ବିଷ...କୁଆଡ଼େ ଗଲା 7ଟି ବ୍ୟାରେଜ୍ ଘୋଷଣା। ପଦ୍ମ ଦଳର ପ୍ରଶ୍ନ, କାହିଁକି ଛତଶଗଡ଼ ବୁଲିବାକୁ ଯାଇଥିଲେ ବିଜେଡି ନେତା... 
25 ବର୍ଷର ସରକାର ମହାନଦୀକୁ କିପରି ଅବହେଳା କରିଛନ୍ତି ତାର ହିସାବ ରଖି ଆଜି ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାକୁ ଟାଣିଛି ସମ୍ବଲପୁର ବିଜେପି। ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି ମହାନଦୀକୁ ନେଇ ବିଜେଡି ସରକାର କେବଳ ରାଜନୀତି କରିଛନ୍ତି। ଛତିଶଗଡକୁ  ବୁଲିବାକୁ ଗଲେ ବିଜେଡି ନେତା ହେଲେ ମହାନଦୀକୁ ଏବେ ମା ନୁହେଁ  ବରଂ ଡାହାଣୀ ସଜାଇଛି ବୋଲି କହିଛି ବିଜେପି। ମହାନଦୀ ପାଣି  କଳକାରଖାନାର  ଦୁଷିତ  ପାଣି ମିଶିବା ପରେ ଏହା ଆଉ ପିଇବା ଉପଯୋଗୀ ହୋଇ ରହିନାହିଁ ବିଷ ପାଲଟିଛି ବୋଲି କହିଛି ବିଜେପି।

 ମହାନଦୀ ତଳମୁଣ୍ଡରେ 7ଟି ବ୍ୟାରେଜ କରିବେ  ବୋଲି କହିଥିଲେ ରାଜ୍ୟ ସରକାର।  ଏ ହେଉଛି ପ୍ରସ୍ତାବିତ 7 ବ୍ୟାରେଜର ହିସାବ।  ସେତେବେଳର ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସଚିବ ପ୍ରଦୀପ ଜେନା କରିଥିଲେ ସାମ୍ବାଦିକ ସମ୍ମିଳନୀ । ହେଲେ 6 ବର୍ଷ ଭିତରେ ଗୋଟିଏ ବି ସ୍ଥାନରେ  ବ୍ୟାରେଜ ତ ଦୁର କଥା ବରଂ  ଇଟା ଖଣ୍ଡେ ପଡିନାହିଁ।  ପ୍ରଥମେ କହିଲେ ଛତିଶଗଡ 100 ବ୍ୟାରେଜ କଲେ ବି ଓଡିଶାରେ କିଛି ପ୍ରଭାବ ପଡିବ ନାହିଁ।  ପରେ ଛତିଶଗଡର ଦୋଷ ଦେଇ ଏବେ ନିଜ ମୁଣ୍ଡରୁ ଦୋଷ ଖସାଉଛନ୍ତି ସରକାର। 

ଗୋଟିଏ ପଟେ ଖରାଦିନେ ମହାନଦୀର ଶର୍ଯ୍ୟା ଶୁଖିଲା ପଡିଥିବା ବେଳେ ଯେଉଁଠି ମୁନ୍ଦେ କି ଧାରେ ପାଣି ଅଛି ତାହା ବି ବିଷାକ୍ତ ହୋଇଛି। ପ୍ରଦୁଷଣର ମାତ୍ରା ଏତେ ବଢିଛି ଯେ ବିଭାଗ ଏହାକୁ ସି ଗ୍ରେଡ ଦେଇଛି। ମହାନଦୀକୁ ମା କହିଥିଲେ ମୁଖ୍ୟମନ୍ତ୍ରୀ। ମା ର ସୁରକ୍ଷା ପାଇଁ ରାଜ୍ୟବାସୀଙ୍କୁ ଅଭୟବାଣୀ ଦେଇଥିଲେ.। ହେଲେ ନିର୍ବାଚନ ପରେ ନିଜ କଥା ନିଜେ ଭୁଲିଗଲେ। ମହାନଦୀ ବିବାଦର  ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ  କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ।  ମାତ୍ର ନିଜ ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ବିଜେଡି ସରକାର।  ହେଲେ ଟ୍ରିବ୍ୟୁନାଲ ଗଠନ ପାଇଁ ଜିଦ ଧରିଥିଲେ ସରକାର।   ଟ୍ରିବ୍ୟୁନାଲ ଗଠନ ହେବାର 6 ବର୍ଷ ବିତିଲାଣି। କିନ୍ତୁ ଆଜି ଯାଏ କୌଣସି ସମାଧାନର ରାସ୍ତା ବାହାରି ପାରିଲାନି। ବରଂ ମହାନଦୀ କୂଳିଆ ଲୋକଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି।
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sambalpur BJP's charge sheet against the BJD government regarding Mahanadi. | Argus News