Videos
|
Odisha

ସମ୍ବଲପୁର ସର୍କଲ ଅଧୀକ୍ଷକ ଟିଟିଲାଗଡ଼ ଜେଲ୍‌ରେ କାର୍ଯ୍ୟରତ ୱାର୍ଡେନ ନିଲମ୍ବିତ

Smruti Parija
Browse all articles by Smruti Parija
·2 years ago·1 min read
ସମ୍ବଲପୁର ସର୍କଲ ଅଧୀକ୍ଷକ ଟିଟିଲାଗଡ଼ ଜେଲ୍‌ରେ କାର୍ଯ୍ୟରତ ୱାର୍ଡେନ ନିଲମ୍ବିତ

ଅର୍ଗସ ବ୍ୟୁରୋ: ଟିଟିଲାଗଡ଼ ଜେଲ୍‌ରୁ ଦୁଇ କଏଦୀ ଫେରାର ଘଟଣାରେ ଆଉ ଜଣେ ନିଲମ୍ବିତ । ସମ୍ବଲପୁର ସର୍କଲ ଅଧୀକ୍ଷକ ଟିଟିଲାଗଡ଼ ଜେଲ୍‌ରେ କାର୍ଯ୍ୟରତ ୱାର୍ଡେନ ସଙ୍ଗୀତା ଗିରି ନିଲମ୍ବିତ । ପୂର୍ବରୁ ୱାର୍ଡେନ୍ ଦାନୀ ଦୋରାଙ୍କୁ ନିଲମ୍ବନ କରିଥିଲେ ଜେଲ୍ ପୋଲିସ୍ ଡିଜି । ଘଟଣାକୁ 6 ଦିନ ବିତିଯାଇଥିଲେ ମଧ୍ୟ ଫେରାର୍ କଏଦୀଙ୍କ ସମ୍ପର୍କରେ ପୁଲିସ୍ ଟେର୍ ପାଇପାରି ନାହିଁ ।

ଫେରାର ୨ କଏଦୀ ସୁମିତ ବିହାରୀ ଓ ଶୋଭାବନ ରଣା ଜେଲ୍‌ର ଅନ୍ୟାନ୍ୟ କାମ ସହ କମ୍ପ୍ୟୁଟର କାମ ମଧ୍ୟ କରୁଥିଲେ । କିଛି ମାସ ପୂର୍ବରୁ ଶୋଭାବନ ମାନସିକ ରୋଗରେ ପୀଡ଼ିତ ଥିବା ଦର୍ଶାଇ କଟକରେ ମାସେରୁ ଅଧିକ ସମୟ ଚିକିତ୍ସିତ ହୋଇଥିଲା । ସେହି ସମୟରୁ ସେ ଫେରାର ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି । ନରବଳୀ ଘଟଣାର ହତ୍ୟା ଅଭିଯୁକ୍ତ ଏହି ଦୁଇ କଏଦୀ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sambalpur circle superintendent Titilagarh jail working warden suspended | Argus News