Encounter / ଗାଡ଼ି ଚେକିଂ ବେଳେ ଖସି ପଳାଉଥିଲା, ପୋଲିସ ଉପରକୁ କଲା ଫାୟାରିଂ, ଜବାବରେ ପୋଲିସର ଏନକାଉଣ୍ଟର
·58 mins ago·2 min read

Key Points
ସମ୍ବଲପୁରରେ ଏନ୍କାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁକୁ ଏନ୍କାଉଣ୍ଟର
ବୁର୍ଲାରେ ଗାଡ଼ି ଚେକିଂ ବେଳେ ଖସିଯାଉଥିଲା
ପୋଲିସ ଉପରକୁ ଗୁଳିଚାଳନା କରିଥିଲା ମନୀଷ
ପିଛା କରି ଏନ୍କାଉଣ୍ଟର କଲା ପୋଲିସ୍

ସମ୍ବଲପୁର,୧୭/୦୫: ସମ୍ବଲପୁରରେ ପୁଣି ଏନ୍କାଉଣ୍ଟର । ପୁଲିସ ଏନ୍କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ମନିଷ ସାହୁ ଆହତ ହୋଇଛି। ବୁର୍ଲା ଥାନା ପ୍ଲାନେଟୋରିୟମ ଛକରେ ନିକଟରେ ଏନକାଉଣ୍ଟର କରାଯାଇଛି। ଆହତ ମନିଷକୁ ଉଦ୍ଧାର କରାଯାଇ ସମ୍ବଲପୁର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲା ପୁଲିସ। ରାତି ଚେକିଂ ବେଳେ ଖସି ଯିବକୁ ଉଦ୍ୟମ କରିଥିଲା ଅପରାଧି ମନିଷ ସାହୁ। ଅଭିଯୁକ୍ତ ମନୀଷ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତଙ୍କ ଡାହାଣ ପାଦରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଏକାଧିକ ଥାନାରେ ମନୀଷ ନାଁରେ ପୂର୍ବରୁ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି।
ସେପଟେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୋଲିସ କମିଶନରଙ୍କ ନେତୃତ୍ବରେ "ସ୍ପେଶାଲ ଡ୍ରାଇଭ୍" ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ୫ ଦିନ ଧରି ଚାଲିଥିବା ଏହି ଅଭିଯାନରେ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ୧୭୭୧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାସହ ବିପୁଳ ପରିମାଣର ଗଞ୍ଜେଇ, ଅସ୍ତ୍ର ଓ ଯାନବାହନ ଜବତ ହୋଇଛି।
ପଢନ୍ତୁ ଏହି ଖବର: ସୌମ୍ୟ ହତ୍ୟାର ସିବିଆଇ ତଦନ୍ତ ଦାବି କଲେ ମୃତ ସୌମ୍ୟଙ୍କ ବାପା ,ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ
ବେଆଇନ ନିଶା କାରବାର ରୋକିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୩୧ଟି ଏନଡିପିଏସ୍ ମାମଲା ରୁଜୁ ହୋଇଥିବାବେଳେ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩,୦୨୬ କେଜି ୭୦୨ ଗ୍ରାମ ଗଞ୍ଜେଇ ଏବଂ ୧୬.୬ ଗ୍ରାମ ବ୍ରାଉନ୍ ସୁଗର ଜବତ କରାଯାଇଛି। ନିଶା କାରବାରରେ ବ୍ୟବହୃତ ୬ଟି ଗାଡ଼ି, ୨ଟି ମୋବାଇଲ୍ ଫୋନ୍ ସହ ନଗଦ ୧୨ ହଜାର ୩୪୮ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହାସହ ୭୧୬ଟି ଅବକାରୀ ମାମଲା ରୁଜୁ ହୋଇଛି।
ଚୋରା ଖଣି କାରବାର ବିରୋଧରେ ମଧ୍ୟ ପୁଲିସ କଡ଼ା ପଦକ୍ଷେପ ନେଇ ୧୩୬ଟି ମାମଲା ରୁଜୁ କରି ୬୦ ଜଣଙ୍କୁ ଗିରଫ କରିଛି। ଏହାସହ ୧୪ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଗତ ୫ ଦିନ ମଧ୍ୟରେ ୧୭୯ଟି ହାଇୱା, ଟ୍ରକ୍, ଟ୍ରାକ୍ଟର, ଟ୍ରିପର, ପାୱାର ଟିଲର ଓ ଜେସିବି ଜବତ କରାଯାଇଛି।
ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ଟି ମାମଲା ରୁଜୁ କରାଯାଇଥିବାବେଳେ ୧୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୦ଟି ବିନା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି।
ଗୋ-ଚାଲାଣ ରୋକିବାକୁ ପୁଲିସ ୫ଟି ମାମଲା ରୁଜୁ କରିଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତ୍ୱରିତ ପୁଲିସ କାର୍ଯ୍ୟାନୁଷ୍ଠାନ ଫଳରେ ୪ଟି ଗାଡ଼ିରୁ ୩୩ଟି ଗାଈଙ୍କୁ ଉଦ୍ଧାର କରାଯାଇଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories