CBI Inquiry Demand / ସୌମ୍ୟ ହତ୍ୟାର ସିବିଆଇ ତଦନ୍ତ ଦାବି କଲେ ମୃତ ସୌମ୍ୟଙ୍କ ବାପା ,ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ
·4 months ago·2 min read

Key Points
ସୌମ୍ୟ ହତ୍ୟା: ସିବିଆଇ ତଦନ୍ତ ଦାବି
ସିବିଆଇ ତଦନ୍ତ ଦାବି କଲେ ମୃତ ସୌମ୍ୟଙ୍କ ବାପା
ମାମଲା ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କଲେ ମୃତ ସୌମ୍ୟଙ୍କ ବାପା। ଏହି ଘଟଣାର CBI ତଦନ୍ତ ଦାବି କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ହତ୍ୟା ମାମଲାରେ ମାତ୍ର ୧୩ ଜଣ ଗିରଫକୁ ନେଇ ଆପତ୍ତି ଉଠାଇଛନ୍ତି। । ହତ୍ୟା ଘଟଣାରେ ପ୍ରାୟ ୪୦ଜଣଙ୍କ ସଂପୃକ୍ତିର ଅଭିଯୋଗ ବି କରିଛନ୍ତି। ସେମାନଙ୍କୁ ଆଜୀବନ ଜେଲ୍ କିମ୍ବା ଫାଶୀଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।
ବାଲିଅନ୍ତା ବର୍ବରତା । ଏହାରି ଭିତରେ ପୂରିଯାଇଛି ୧୦ ଦିନ । ଭିଡ଼ର ଭୟାବହତା ଦେଖିଲା ସାରା ଓଡ଼ିଶା । ପଶୁଠୁ ବି ଅଧିକ ଯନ୍ତ୍ରଣା ଭୋଗିଲେ ସୌମ୍ୟ । ଭିଡ଼ ଭିତରେ ଥିବା ପ୍ରତିଟି ମଣିଷ ଭୁଲିଗଲା ମାନବିକତା । ହାତଗୋଡ଼ ବାନ୍ଧି ସୌମ୍ୟକୁ ଦେଲା ଅକଥନୀୟ ଯନ୍ତ୍ରଣା । ଶେଷରେ ଚାଲିଗଲେ ସୌମ୍ୟ । ଏକମାତ୍ର ପୁଅକୁ ହରାଇ ମାଆ ଆଖିରୁ ଶୁଖିନି ଲୁହ । ଦେଖୁଦେଖୁ ଘଟଣାକୁ ୧୦ ଦିନ ବିତିଗଲାଣି । ଆଜି ସୌମ୍ୟଙ୍କ ଦଶାହ।
ଗତ ମେ ୭ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୋଲିସ ଆଖି ଆଗରେ ସୌମ୍ୟରଂଜନ ସ୍ଵାଇଁ ନାମକ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ । ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟାଙ୍ଗି ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍, ଲାଠିରେ ପିଟିପିଟି ମାରିଦେଲେ । ତାଙ୍କ ସହ ଜିମ୍ ଟ୍ରେନ୍ର ଓମ୍ପ୍ରକାଶ ରାଉତ ମଧ୍ୟ ଗୁରୁତର ଆହତ ହୋଇଥିଲେ ।
ପଢନ୍ତୁ ଏହି ଖବର: ସୌମ୍ୟ ହତ୍ୟାକାଣ୍ଡ, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ରଞ୍ଜିତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ । ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କୁ ଭେଟିଥିଲେ । ଏହି ଘଟଣାରେ ପୀଡ଼ିତା ଓ ମୃତ ସୌମ୍ୟରଞ୍ଜନଙ୍କ ସାଙ୍ଗ ଅଲଗା ଅଲଗା ବୟାନ ଦେଇଥିଲେ । ତାଙ୍କ ସହ ଅସଦାଚରଣ କରାଯାଇଛି । ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ ବୋଲି ପୀଡିତା ଅଭିଯୋଗ କରିଥିଲେ । ମୃତ ସୌମ୍ୟରଞ୍ଜନ କମେଣ୍ଟ ମାରି ନାହିଁ କି ଦୁଷ୍କର୍ମ କରିବାକୁ ଉଦ୍ୟମ କରିନାହିଁ । ଗଣମାଧ୍ୟମ ଆଗରେ ମିଛ କହୁଛନ୍ତି ଯୁବତୀ ବୋଲି ସୌମ୍ୟରଞ୍ଜନଙ୍କ ସହ ଉପସ୍ଥିତ ଥିବା ସାଙ୍କ କହିଥିଲେ । ତେବେ ମାମଲା ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିବାବେଳେ ସବୁ ଦିଗରୁ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।
ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ରଙ୍କ ସହ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ପୋଷ୍ଟମର୍ଟମ ରିପୋର୍ଟରୁ ପ୍ରାଥମିକ ଭାବେ ଜଣାପଡ଼ିଛି ଯେ, ଶରୀର ଭିତରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କର ମୃତ୍ୟୁ ଘଟିଛି । କମିଶନରେଟ ପୋଲିସ ଏହି ଘଟଣାରେ ୧୧ ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେବା ପରେ ଯୁଦ୍ଧିଷ୍ଟିର ଜେନା ଓରଫ ବଣ୍ଟି ଏବଂ ଏବେ ମୁଖ୍ୟ ଅଭିଯୁକ୍ତ ଚିନୁକୁ ଗିରଫ କରାଯାଇଛି ।

Related Topics
Explore more stories