Crime News / ସମ୍ବଲପୁର ଜିଲ୍ଲାର ୩ଟି ଜେଲ୍ରେ ପୋଲିସର ରେଡ୍ , ନିଶା କାରବାର ସନ୍ଦେହରେ ରେଡ୍
·3 months ago·2 min read

Key Points
ସମ୍ବଲପୁର ଜିଲ୍ଲାର ୩ଟି ଜେଲ୍ରେ ରେଡ୍
ସମ୍ବଲପୁର, କୁଚିଣ୍ତା ଓ ରେଢାଖୋଲ ଜେଲରେ ରେଡ୍
ଜେଲରେ ବେଆଇନ ଭାବେ ନିଶାଦ୍ରବ୍ୟ ବ୍ୟବହାର ହେଉଥିବା ସନ୍ଦେହ

ସମ୍ବଲପୁର ୨୩/୦୩ ସମ୍ବଲପୁର ଜିଲ୍ଲାର ୩ଟି ଜେଲ୍ରେ ପୋଲିସର ରେଡ୍ । ଜିଲ୍ଲାର ୩ଟି ପ୍ରମୁଖ ଜେଲ୍ରେ ଏକକାଳୀନ ଚଢ଼ାଉ କରିଛି ପୋଲିସ। ଜେଲ୍ ଭିତରେ ବେଆଇନ ନିଶା କାରବାର ଓ ଆପତ୍ତିଜନକ ସାମଗ୍ରୀ ରଖାଯାଇଥିବା ସନ୍ଦେହରେ ଏହି ସର୍ଚ୍ଚ ଅପରେସନ କରାଯାଇଛି । ସମ୍ବଲପୁର ମଣ୍ତଳକାରାଗାର , କୁଚିଣ୍ତା ଓ ରେଢାଖୋଲ ଜେଲରେ ଚାଲିଛି ରେଡ୍ । ସମ୍ବଲପୁର ପୋଲିସର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଜେଲ୍ ଭିତରେ ପଶି ପ୍ରତ୍ୟେକ ସେଲ୍ ଏବଂ ଓ୍ୱାର୍ଡକୁ ଯାଞ୍ଚ କରୁଛନ୍ତି । ଜେଲ୍ ଭିତରେ ବେଆଇନ ଭାବେ ନିଶାଦ୍ରବ୍ୟ ଏବଂ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଚଢାଉରେ ଜେଲର ସମସ୍ତ ଓ୍ବାଡ, ଲାଟ୍ରିନ ଓ ପରିସର ଯାଂଚ କରିଥିଲେ । ଏଥିରେ ନିଶା ସାମଗ୍ରୀ କି ମୋବାଇଲ ଫୋନ କୌଣସି ସାମଗ୍ରୀ ମିଳିନଥିବା ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର କହିଛନ୍ତି। ଚଢାଉରେରେ ସମ୍ବଲପୁର ସଦର ଉପଜିଲ୍ଲାପାଳ, ୨ ଜଣ ଅତିରିକ୍ତ ଏସପି, ଏସଡିପିଓ, ୮ ଜଣ ଥାନା ଅଧିକାରୀ, ୧୮ ଜଣ ସବ ଇଂନିପେକ୍ଟର, ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ଚଢାଉରେ ସାମିଲ ଥିଲେ।
ସେହିପରି କୁଚିଣ୍ଡା ଉପକାରାଗାରରେ ବି ପୋଲିସ କରିଛି ଚଢ଼ାଉ। ଜେଲ ଭିତରେ ହେଉଥିବା ମାଦକ ଦ୍ରବ୍ୟ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ବ୍ୟବହାର ନେଇ ଚାଲିଛି ରେଡ। ଏସ୍ଡ଼ିପିଓ ଙ୍କ ନେତୃତ୍ୱରେ ଚଢ଼ାଉ କରୁଛି ପୋଲିସ। କୁଚିଣ୍ଡା ଉପକାରାଗାରରେ ଆପତ୍ତିଜନକ ସାମଗ୍ରୀ ବ୍ୟବହାର ନେଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ଲୋଚନ ଶବରଙ୍କ ଉପସ୍ଥିତିରେ ଏସ୍ଡ଼ିପିଓ, ଏବଂ ବିଭିନ୍ନ ଥାନାରେ ଆ ଇ ଆଇ ସି ଚଢାଉରେ ସାମିଲ ହୋଇଛନ୍ତି। ଚଢାଉରେ ଜେଲୁ କିଛି ଆପତ୍ତିଜନକ ସାମଗ୍ରୀ ବାହାରି ନ ଥିବା କହିଛନ୍ତି ଜେଲର ଚିନ୍ମୟ ପାତ୍ର।
ସେପଟେ ସମ୍ବଲପୁର ପୋଲିସ ଏବେ ଆକ୍ସନ ମୁଡରେ । ଅପରାଧ ନିୟନ୍ତ୍ରଣ ଓ ଅପରାଧି ଙ୍କୁ ସାଵାଡ କରିବାକୁ ବଡ ପ୍ରୟାସ। ସମ୍ବଲପୁର ପୋଲିସ ଗତ ବର୍ଷକ ମଧ୍ୟରେ ୬ ଏନକାଉଣ୍ଟର କରିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ୨୦୨୫ ମାର୍ଚ୍ଚ ୪ ରେ ଦୁଦ୍ଧାନ୍ତ ଅପରାଧି ମହେଶ କୁମାର କୁ ଅଇଠାପାଲି ଥାନା ଅନ୍ତଗତ ଜମାଦାରପାଲି ରୋଡରେ ପୋଲିସ ଏନକାଉଣ୍ଟର କରିଥିଲେ । ମାର୍ଚ୍ଚ ୧୧ରେ ବରଗଡ ରୁ ଗୋରୁ ଚାଳାଣ ବେଳେ ୨ ଗୋ ମାଫିଆ ଶେଖ ମଣ୍ଟୋ ହକ ଓ ଶେଖ ଆରିଫ କୁ ଧନୁପାଲି ଥାନା ଅନ୍ତଗତ ସିଟି ଷ୍ଟେସନ ପଛପଟରେ ପୋଲିସ ଏନକାଉଣ୍ଟର କରିଥିଲା । ସେହିପରି ଅପ୍ରେଲ ୧୩ରେ କୁଚିଣ୍ତା ଉପଖଣ୍ତ ଗୋବିନ୍ଦପୁର ଥାନା ଅନ୍ତଗତ ରଙ୍ଗିଆଟିକ୍ରାରେ ଦୁଦ୍ଧାନ୍ତ ଅପରାଧି ସୀତାରାମ ସଡଙ୍ଗୀ କୁ ପୋଲିସ ଏନ କାଉଣ୍ଟର କରିଛି । ଏହାପରେ ୧୮ ଅଗଷ୍ଟରେ ଧନୁପାଲି ଥାନା ଅନ୍ତଗତ ଖଣ୍ତୁଆଲରେ ଦୁଦ୍ଧାନ୍ତ ଅପରାଧି ମହମଦ୍ ସାମଦ କୁ ପୋଲିସ ଏନକାଉଣ୍ଟର କରିଥିଲା । ସେପ୍ଟେମ୍ବର ୧୬ରେ ରେଙ୍ଗାଲି ଥାନା ଅଂଚଳରେ ପୋଲିସ ଦୁଦ୍ଧାନ୍ତ ଅପରାଧି ଦୀପକ ମଣ୍ତଳ କୁ ଏନକାଉଣ୍ଟର କରିଥିଲା । ତେଵେ ଶେଷରେ ଗତ ୧୮ ତାରିଖ ରେଢାଖୋଲ ଥାନା ଅନ୍ତଗତ ଡୁମଛାଲି ଜଙ୍ଗଳରେ ଦୁଦ୍ଧାନ୍ତ ଅପରାଧି ଧନେଶ୍ବର ଝାଙ୍କର କୁ ପୋଲିସ ଏନକାଉଣ୍ଟର କରିଛି ।
ଏଥିସହ ପଢ଼ନ୍ତୁ: ରାଜଧାନୀ ଉପକଣ୍ଠରେ ପୁଣି ଆରମ୍ଭ ହେଲା ଲୁଟ୍ ପାଟ୍; ରାତି ନୁହେଁ ବଡ଼ି ଭୋରୁ ଚୋରି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories