Loot Case / ରାଜଧାନୀ ଉପକଣ୍ଠରେ ପୁଣି ଆରମ୍ଭ ହେଲା ଲୁଟ୍ ପାଟ୍; ରାତି ନୁହେଁ ବଡ଼ି ଭୋରୁ ଚୋରି
·3 months ago·2 min read

Key Points
ରାଜଧାନୀ ଭୁବନଶ୍ଵର ଉପକଣ୍ଠରେ ପୁଣି ଲୁଟପାଟ୍ ଆରମ୍ଭ
କ୍ୟାନ୍ସର ପୀଡ଼ିତଙ୍କ ଘରୁ ଲୁଟିନେଲେ ନଗଦ ଟଙ୍କା ଅଳଙ୍କାର
ସ୍ଵାମୀସ୍ତ୍ରୀଙ୍କୁ ବାହାରୁ ତାଲା ପକାଇ କଳା କନା ବୁଲାଇଲେ

ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ଚାଞ୍ଚଲ୍ୟ । ପୋଲିସକୁ ଖୋଲା ଚାଲେଞ୍ଜ ଦେଇ କ୍ୟାନ୍ସର ପୀଡ଼ିତଙ୍କ ଘରୁ ଲୁଟ୍ । ସ୍ଵାମୀ ସ୍ତ୍ରୀ ଶୋଇଥିବା ବେଳେ ବାହାରୁ ତାଲା ପକାଇ ନେଇଗଲେ ୨୦ଲକ୍ଷର ସୁନା ଅଳଙ୍କାର । ଘଟଣା ପରେ ଖୋର୍ଦ୍ଧା ଜିଲ୍ଲା ଜାମୁକୋଳି ଗାଁ ବାରିକ ସାହିରେ ଲୋକେ ଭୟରେ ଥିବାବେଳେ ସିସିଟିଭି ଯାଞ୍ଚ ସହ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଗାଁରେ ପହଞ୍ଚିଛି ସନ୍ଧାନୀ କୁକୁର ।
ତେବେ ରାତି ନୁହେଁ ବଡ଼ି ଭୋରୁ ଲୁଟ୍ ହୋଇଛି । ରବିବାର ଭୋର୍ ୪ଟା ସମୟରେ ଏୟାରଫିଲ୍ଡ ଥାନା ଅଧିନସ୍ଥ ଜାମୁକୋଳି ବାରିକସାହି ଅଞ୍ଚଳରେ ଏହି ଲୁଟ୍ ହୋଇଛି । ସ୍ୱାମୀଙ୍କ କ୍ୟାନ୍ସର ଚିକିତ୍ସା ପାଇଁ ରଖିଥିବା ଟଙ୍କା ଲୁଟି ନେଇଛନ୍ତି । ଲୁଟେରାଙ୍କୁ ଧରିବାକୁ କମିଶନରେଟ୍ ପୋଲିସର ତନାଘନା କରୁଛି ।
କ୍ୟାନ୍ସରରେ ପୀଡିତ ସ୍ୱାମୀଙ୍କ ଚିକିତ୍ସା ପାଇଁ ଟଙ୍କା ଓ ଅଳଙ୍କାର ଲୁଟ୍ ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ସେପଟେ କେବଳ ଏୟାରଫିଲ୍ଡ ଥାନାରୁ ସୁନ୍ଦରପଦା ଓ ମୁଖ୍ୟ ରାସ୍ତା ଉପରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଗାଁର ଗଳିକନ୍ଦିରେ ପିସିଆର୍ ବୁଲୁ ନଥିବାରୁ ଅପରାଧୀଙ୍କୁ ସୁଯୋଗ ମିଳୁଛି ବୋଲି କହିଛନ୍ତି ସ୍ଥାନୀୟ ଗ୍ରାମବାସୀ । ତେବେ ପୋଲିସ ପେଶାଦାର ଅପରାଧୀଙ୍କ ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ତନାଘନା କରୁଛି ।
କ୍ରାଇମ ସ୍ପଟରେ ଖୋଳତାଡ଼ କରିବା ସହ ଗ୍ରାମବାସୀଙ୍କୁ ପଚରାଉଚରା କରିଛି । ସନ୍ଧାନୀ କୁକୁର ପଇଁତରା ମାରିବା ସହ ପଡ଼ିଶା ଘରେ ଲାଗିଥିବା ସିସିଟିଭି ଜବତ କରିଛି ପୋଲିସ । ଗତ ୧୫ତାରିଖରେ ମଞ୍ଚେଶ୍ଵର ଅଞ୍ଚଳରେ ବି ହୋଇଥିଲା ଲୁଟ୍ । ଜଣେ ବରିଷ୍ଠ ବ୍ୟକ୍ତି ମର୍ଣ୍ଣିଂୱାକରେ ଯାଇଥିବା ବେଳେ ଘର ତାଲା କାଟି ୧୦ଲକ୍ଷ ଲୁଟି ନେଇଥିଲେ ଲୁଟେରା । ପୋଲିସ ଏଯାବତ ଚୋରଙ୍କୁ ଧରିବାରେ ଅସଫଳ ଅଛି ।
ଅଧିକ ଖବର ପଢନ୍ତୁ...

- ଘର ପଛପଟୁ ଆସିଥିଲେ ଲୁଟେରା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories