Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କବାଡି ପ୍ରିମିୟର ଲିଗ୍‌ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ; କହିଲେ, ଖେଳୁଆଡ଼ ମନୋଭାବ ବଢ଼ାଇବ ଏହି ପ୍ରୟାସ

Odisha

Sambalpur Kabaddi League / କବାଡି ପ୍ରିମିୟର ଲିଗ୍‌ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ; କହିଲେ, ଖେଳୁଆଡ଼ ମନୋଭାବ ବଢ଼ାଇବ ଏହି ପ୍ରୟାସ

Santosh Kumar Sahoo
Browse all articles by Santosh Kumar Sahoo
·6 days ago·2 min read
କବାଡି ପ୍ରିମିୟର ଲିଗ୍‌ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ; କହିଲେ, ଖେଳୁଆଡ଼ ମନୋଭାବ ବଢ଼ାଇବ ଏହି ପ୍ରୟାସ
Dharmendra Pradhan

Key Points

କବାଡି ପ୍ରିମିୟର ଲିଗ୍‌ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ
ଷ୍ଟାଡିୟମ ନିର୍ମାଣ ନେଇ କହିଲେ ବଡ଼ ଖବର
ଆଗକୁ ସମ୍ବଲପୁରରେ ହେବ ବଡ଼ ଟୁର୍ଣ୍ଣାମେଣ୍ଟ
ସମ୍ବଲପୁରର ଟାଉନ୍ ହଲ୍ ପଡ଼ିଆ ଠାରେ ଆୟୋଜିତ "ସ୍ୱର୍ଗତ ସୁରେଶ ସେଠ୍ ମେମୋରିଆଲ୍ ସମ୍ବଲପୁର କବାଡି ପ୍ରିମିୟର ଲିଗ୍ (ସିଜନ୍-୩)"ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ଫୁଟବଲ, ହକି, କ୍ରିକେଟ୍ ଏବଂ ସନ୍ତରଣ ସମେତ କବାଡିର ଏକ ସମୃଦ୍ଧ ପରମ୍ପରା ରହିଛି । ଏହି ଲିଗ୍ ମ୍ୟାଚ୍‌ରେ ୧୨ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ଜାତୀୟ ଶିକ୍ଷା ନୀତିରେ ଖେଳକୁ ପାଠପଢାର ଏକ ଅଂଶ ଭାବରେ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର କବାଡି କ୍ଲବ୍ ଏବଂ ସମ୍ବଲପୁର ବଏଜ୍‌ଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ପ୍ରୟାସ ଯୁବପିଢିଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ବୃଦ୍ଧି କରିବାରେ ବେଶ ସହାୟକ ହେବ ।



ଅପରପକ୍ଷରେ ସମ୍ବଲପୁରରେ ଏକ ଅତ୍ୟାଧୁନିକ କବାଡି ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସମ୍ବଲପୁରରେ ପୁଣି ଥରେ ଜାତୀୟ ସ୍ତରର କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ସାମୂହିକ ପ୍ରୟାସ କରାଯିବ । ଏଥିପାଇଁ ଆବଶ୍ୟକୀୟ ସହଯୋଗ ଓ ଦାୟିତ୍ୱ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସାମଗ୍ରିକ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Launches Sambalpur Kabaddi Premier League Season 3 | Argus News