Kanya Vivah Yojana / 'ମହିଳାଙ୍କ ସ୍ୱାଭିମାନ ଓ ସଶକ୍ତିକରଣ ଡବଲ ଇଞ୍ଜିନ ସରକାରର ପ୍ରାଥମିକତା'
·2 months ago·1 min read

Key Points
ସମ୍ବଲପୁରରେ କନ୍ୟା ବିବାହ ଯୋଜନା
କନ୍ୟା ବିବାହ ଯୋଜନାକୁ ପ୍ରଶଂସା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଡବଲ୍ ଇଞ୍ଜିନ ସରକାରର ଫୋକସରେ ମହିଳା ସଶକ୍ତିକରଣ

ସମ୍ବଲପୁର ଧନୁପାଲିଠାରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନବଦମ୍ପତିଙ୍କୁ ନିଜର ଶୁଭେଚ୍ଛା ଜଣାଇବା ସହ ଏହି ଯୋଜନାକୁ ସରକାରଙ୍କ ସମ୍ବେଦନଶୀଳତାର ପରିଚୟ ବୋଲି କହିଛନ୍ତି ।
ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟି ଅଞ୍ଚଳର ୨୨ ଜଣ ନବଦମ୍ପତି ଆଜି ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ଯେ, ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆତ୍ମୀୟତା, ଭାବନା ଓ ଦାୟିତ୍ୱବୋଧର ଏକ ଅନନ୍ୟ ନିଦର୍ଶନ । ଏହା ଏକ ସେବାକାରୀ ଶାସନ ବ୍ୟବସ୍ଥାର ପ୍ରମାଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ନାରୀ ସଶକ୍ତିକରଣ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଉଛି । ରାଜ୍ୟରେ 'ସୁଭଦ୍ରା' ଯୋଜନାରୁ ଆରମ୍ଭ କରି 'କନ୍ୟା ବିବାହ ଯୋଜନା' ପର୍ଯ୍ୟନ୍ତ ସମସ୍ତ ପଦକ୍ଷେପ ମହିଳାମାନଙ୍କୁ ସମାଜରେ ସ୍ୱାଭିମାନର ସହ ଆଗକୁ ବଢ଼ିବାରେ ସହାୟକ ହେବ । ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories