ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ପାଖରେ ଲାଗି ହେଲା ନବାନ୍ନ

Key Points
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ପାଖରେ ଲାଗି ହେଲା ନବାନ୍ନ । ଧାର୍ଯ୍ୟ ଶୁଭ ଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ । ମା'ଙ୍କ ପାଖରେ ଲାଗି ହେଲା ମନ୍ଦିର ମୁଖ୍ୟ ପୂଜକଙ୍କ ଘରେ ସରିଆ ଧାନରୁ ପ୍ରସ୍ତୁତ ଅନ୍ନ ।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ପାଖରେ ଲାଗି ହେଲା ନବାନ୍ନ । ଧାର୍ଯ୍ୟ ଶୁଭ ଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ । ମା'ଙ୍କ ପାଖରେ ଲାଗି ହେଲା ମନ୍ଦିର ମୁଖ୍ୟ ପୂଜକଙ୍କ ଘରେ ସରିଆ ଧାନରୁ ପ୍ରସ୍ତୁତ ଅନ୍ନ । ତା ପରେ ନବାନ୍ନ ଖାଇବେ ସାରା ପଶ୍ଚିମ ଓଡିଶା ବାସୀ । ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା ଚାଲିଛି।
ନୂଆଁଖାଇ ପାଇଁ ଘରେ ଘରେ ଚାଲିଛି ପିଠା ପଣା ପ୍ରସ୍ତୁତି । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରରେ ଉତ୍ସାହ ଉଦ୍ଦୀପନା । ବର୍ଷକେ ଥରେ ଭାଇ ବନ୍ଧୁ, ପରିଜନ ସମ୍ପର୍କୀୟ ସମସ୍ତଙ୍କ ମିଳନର ନିଆରା ପରମ୍ପରା । ଏଥିପାଇଁ ତ ଯିଏ ଯେତେ ଦୂରରେ ଥିଲେ ବି ଘର ମୁହାଁ ହୁଅନ୍ତି । ଗାଁ ଗାଁରେ ଝାଙ୍କର ଗ୍ରାମ ଦେବଦେବୀଙ୍କ ପୂଜା ସାରି କରି ଘର ଘର ବୁଲି ନୂଆଁ ସରିଆଁ ଧାନ ଦେଇଥାଏ । ଘରର ସବୁ ସଦସ୍ୟ ଏକାଠି ବସି ନୂଆଁ ଖାଇବା ସହ ବଡ଼ମାନଙ୍କୁ ଜୁହାର ଭେଟ ହେବାର ପରମ୍ପରା ରହିଛି।
ଆଜି ନୂଆଁଖାଇ ଅବସରରେ ଭୋଗମଣ୍ଡପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ସେମାନଙ୍କ ସମର୍ଥକଙ୍କ ସହିତ ୨୯ ଜଣ ଜାତୀୟସ୍ତରର ଗଣମାଧ୍ୟମ ପ୍ରତିନିଧି ନବାନ୍ନ ଗ୍ରହଣ କରିବେ। ସେଥିପାଇଁ ବୁଧବାର ଓ ଗୁରୁବାର ଦୁଇଦିନ ମନ୍ଦିରର ଭୋଗମଣ୍ଡପକୁ ସାଧାରଣ ଭକ୍ତ ଏବଂ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। କୌଣସି ଭକ୍ତ ଆଗ୍ରହ ପ୍ରକାଶ କଲେ ସେମାନଙ୍କୁ ଗୋଟିଏ ଦନା କାନିକା ଦିଆଯିବ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।
ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ। ଗାଁରୁ ସହର, ସବୁଠି ଚାଲିଛି ପ୍ରସ୍ତୁତି। ଗୁରୁବାର ପୂର୍ବାହ୍ନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା। ଏହାପରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରଦ୍ବାର ଖୋଲି ଦିଆଯିବ ବୋଲି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ ସୂଚନା ଦେଇଥିଲେ।
ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ