Dharmendra Pradhan / '୨୦୩୦ କମନୱେଲ୍ଥ ଓ ଆଗାମୀ ଅଲିମ୍ପିକ ପାଇଁ ସମ୍ବଲପୁରରୁ ବାହାରିବେ ମେଡାଲ ବିଜେତା'
·6 months ago·2 min read

Key Points
ସମ୍ବଲପୁରରେ 'ସାଂସଦ ଖେଳ ମହୋତ୍ସବ'ର ରାଷ୍ଟ୍ରୀୟ ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଭର୍ଚୁଆଲ ପ୍ଲାଟଫର୍ମରେ ଖେଳାଳିମାନଙ୍କୁ ଉପାଦେୟ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ଖେଳରେ ପରାଜୟ ନଥାଏ, କେବଳ ଶିଖିବାର ଅବସର ଥାଏ

କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଖେଳରେ ଯୁବ ପ୍ରତିଭାଙ୍କ ଭାଗିଦାରୀକୁ ଅଧିକ ବଢାଇବା ଆମ ସରକାରଙ୍କ ଲକ୍ଷ୍ୟ ରହିଛି । ଏ ଦିଗରେ ସାଂସଦ ଖେଳ ମହୋତ୍ସବ ଏହି ଯୋଜନାକୁ ସାକାର କରିବା ଦିଗରେ ବିଶେଷ ଭାବରେ ସହାୟକ ହୋଇଛି ବୋଲି ଆଜି ସମ୍ବଲପୁରରେ ଆୟୋଜିତ 'ସାଂସଦ ଖେଳ ମହୋତ୍ସବ'ର ରାଷ୍ଟ୍ରୀୟ ସମାପନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଖେଳାଳି ଓ ଜନସାଧାରଣଙ୍କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଦେଶର ଯୁବ ଖେଳାଳିମାନଙ୍କୁ ଉଦବୋଧନ ଦେଇ ସେମାନଙ୍କ ମନୋବଳ ବଢାଇଛନ୍ତି । ଖେଳରେ ହାର୍-ଜିତ୍ ନଥାଏ । ଖେଳରେ ଜଣେ ଜିତେ, ନଚେତ୍ ଶିଖେ । ପରାଜୟ ଆମକୁ ଆଗକୁ ବଢ଼ିବାର ବାଟ ଦେଖାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଯୁବ ଖେଳାଳିମାନଙ୍କ ମଧ୍ୟରେ ଏକ ନୂତନ ଉନ୍ମାଦନା ଭରିଦେଇଛି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲା ଏକ 'ସ୍ପୋର୍ଟମ୍ୟାନ ସ୍ପିରିଟ୍'ର ଜିଲ୍ଲା । ଏହି ମାଟି ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିସାରିଛି । ବର୍ତ୍ତମାନ ସମୟ ଆସିଛି ଆମେ ୱାର୍ଡ ଓ ପଞ୍ଚାୟତ ସ୍ତରରୁ ନୂତନ ପ୍ରତିଭାମାନଙ୍କୁ ଖୋଜି ବାହାର କରି ସେମାନଙ୍କୁ ବିଶ୍ୱସ୍ତରୀୟ ତାଲିମ ପ୍ରଦାନ କରିବା । କେନ୍ଦ୍ରମନ୍ତ୍ରୀ ଜିଲ୍ଲା ପ୍ରଶାସନ, ଜିଲ୍ଲା ଆଥଲେଟିକ ଆସୋସିଏସନ ଏବଂ କ୍ରୀଡ଼ା ଅଧିକାରୀମାନଙ୍କୁ ଏକ 'ମାଷ୍ଟରପ୍ଲାନ' ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ବ୍ଲକରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଖେଳର ଆୟୋଜନ କରିବା ପାଇଁ କ୍ରୀଡ଼ା କ୍ୟାଲେଣ୍ଡର ପ୍ରସ୍ତୁତ ହେଉ ।
ଗ୍ରାମାଞ୍ଚଳରେ ଥିବା ଖେଳପଡ଼ିଆ ଗୁଡ଼ିକର ସୁଦୃଢ଼ୀକରଣ ହେବା ଦରକାର । ଫୁଟବଲ, କବାଡି, ଖୋ-ଖୋ, ଆଥଲେଟିକ୍ସ ଏବଂ ସନ୍ତରଣ ଭଳି ଖେଳକୁ ପ୍ରୋତ୍ସାହନ ଦେବାକୁ ହେବ । ସମ୍ବଲପୁରରେ ଥିବା ସ୍ପୋର୍ଟସ କଲେଜରେ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଅତ୍ୟାଧୁନିକ ଷ୍ଟାଡିୟମ ପାଇଁ ଉଦ୍ୟମ ହେବ । ମହାନଦୀରେ 'ବୋଟ ଫେଷ୍ଟିଭାଲ' ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୩୦ ମସିହାରେ ଭାରତରେ କମନୱେଲ୍ଥ ଗେମ୍ସ ଆୟୋଜିତ ହେବାକୁ ଥିବାବେଳେ ୨୦୩୬ ଅଲିମ୍ପିକ ପାଇଁ ଭାରତ ନିଜର ଦାବି ଜଣାଇବାକୁ ପ୍ରସ୍ତୁତ ହେଉଛି । ସମ୍ବଲପୁରରୁ ଏଭଳି ଏକ ବାତାବରଣ ତିଆରି କରାଯିବ, ଯେଉଁଠାରୁ ବାହାରିଥିବା ପିଲାମାନେ ଦେଶ ପାଇଁ ମେଡାଲ ଆଣିବେ ।

ସମ୍ବଲପୁରରେ ଖେଳର ଏକ ମହାନ ପରମ୍ପରା ଅଛି । ଆମେ ଏହି ମାଟିରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିବା ପାଇଁ ଯୋଜନା କରିବା ଦରକାର । ଖେଳ ଭିତ୍ତିଭୂମିର ବିକାଶ, ପଞ୍ଚାୟତ ସ୍ତରରୁ ଖେଳପଡ଼ିଆର ସୁଦୃଢ଼ୀକରଣ ଏବଂ ଫୁଟବଲ, କବାଡି, ଖୋ-ଖୋ, ସନ୍ତରଣ ଏବଂ ଆଥଲେଟିକ୍ସ ଭଳି ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ମାଷ୍ଟରପ୍ଲାନ… pic.twitter.com/7fPtRro4fD
— Dharmendra Pradhan (@dpradhanbjp) December 25, 2025
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁର ଜିଲ୍ଲା ଏକ 'ସ୍ପୋର୍ଟମ୍ୟାନ ସ୍ପିରିଟ୍'ର ଜିଲ୍ଲା । ଏହି ମାଟି ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିସାରିଛି । ବର୍ତ୍ତମାନ ସମୟ ଆସିଛି ଆମେ ୱାର୍ଡ ଓ ପଞ୍ଚାୟତ ସ୍ତରରୁ ନୂତନ ପ୍ରତିଭାମାନଙ୍କୁ ଖୋଜି ବାହାର କରି ସେମାନଙ୍କୁ ବିଶ୍ୱସ୍ତରୀୟ ତାଲିମ ପ୍ରଦାନ କରିବା । କେନ୍ଦ୍ରମନ୍ତ୍ରୀ ଜିଲ୍ଲା ପ୍ରଶାସନ, ଜିଲ୍ଲା ଆଥଲେଟିକ ଆସୋସିଏସନ ଏବଂ କ୍ରୀଡ଼ା ଅଧିକାରୀମାନଙ୍କୁ ଏକ 'ମାଷ୍ଟରପ୍ଲାନ' ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ବ୍ଲକରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଖେଳର ଆୟୋଜନ କରିବା ପାଇଁ କ୍ରୀଡ଼ା କ୍ୟାଲେଣ୍ଡର ପ୍ରସ୍ତୁତ ହେଉ ।
ଗ୍ରାମାଞ୍ଚଳରେ ଥିବା ଖେଳପଡ଼ିଆ ଗୁଡ଼ିକର ସୁଦୃଢ଼ୀକରଣ ହେବା ଦରକାର । ଫୁଟବଲ, କବାଡି, ଖୋ-ଖୋ, ଆଥଲେଟିକ୍ସ ଏବଂ ସନ୍ତରଣ ଭଳି ଖେଳକୁ ପ୍ରୋତ୍ସାହନ ଦେବାକୁ ହେବ । ସମ୍ବଲପୁରରେ ଥିବା ସ୍ପୋର୍ଟସ କଲେଜରେ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଅତ୍ୟାଧୁନିକ ଷ୍ଟାଡିୟମ ପାଇଁ ଉଦ୍ୟମ ହେବ । ମହାନଦୀରେ 'ବୋଟ ଫେଷ୍ଟିଭାଲ' ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୩୦ ମସିହାରେ ଭାରତରେ କମନୱେଲ୍ଥ ଗେମ୍ସ ଆୟୋଜିତ ହେବାକୁ ଥିବାବେଳେ ୨୦୩୬ ଅଲିମ୍ପିକ ପାଇଁ ଭାରତ ନିଜର ଦାବି ଜଣାଇବାକୁ ପ୍ରସ୍ତୁତ ହେଉଛି । ସମ୍ବଲପୁରରୁ ଏଭଳି ଏକ ବାତାବରଣ ତିଆରି କରାଯିବ, ଯେଉଁଠାରୁ ବାହାରିଥିବା ପିଲାମାନେ ଦେଶ ପାଇଁ ମେଡାଲ ଆଣିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories