ଏପଟେ ସମ୍ମାନ ସେପଟେ ହତ୍ୟା

ଅର୍ଗସ ବ୍ୟୁରୋ : ପୁଣି ଉଡ଼ିଲା ବିଜେଡ଼ିର ମହିଳାଙ୍କୁ ସମ୍ମନାର ଧଜିଆ । ଏପେଟେ ସମ୍ମାନ ସେପଟେ ମହିଳାଙ୍କୁ ହତ୍ୟା କରୁଛି ବିଜେଡ଼ି ! ଆଉ ଅଭିଯୋଗ ନ କରିବା ପାଇଁ ଟଙ୍କା ଦେଉଛନ୍ତି ବିଜେଡ଼ି ନେତ୍ରୀ । ପ୍ରଥମେ ଦୁଷ୍କର୍ମ ତାପରେ ହତ୍ୟା । ହତ୍ୟା ପରେ ପୋଡି ଦେବା ପାଇଁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ । ନ୍ୟାୟ ଦାବିରେ ଆନ୍ଦୋଳନ ବେଳେ ବିଜେଡି ନେତ୍ରୀ ଟଙ୍କା ଦେଇ ଭଣ୍ତୁର କରିବା ପାଇଁ କରିଥିଲେ ଉଦ୍ୟମ । ଶସୀ ପାଗୁଡାଙ୍କୁ ନ୍ୟାୟ ଦାବିରେ ଶବ ରଖି ପରିବାର ଲୋକେ ଥାନା ଘେରିବା ସହ ରାସ୍ତା ରୋକ କରିଥିଲେ । ଏହି ସମୟରେ ବିଜେଡି ନେତ୍ରୀ ଶସୀ ପାଗୁଡାଙ୍କ ପୁଅଙ୍କୁ ଜୋରଜବର ଦସ୍ତି ଟଙ୍କା ଦେଇ ଆନ୍ଦୋଳନ ଚପାଇବା ସହ ଭଣ୍ତୁର କରିବା ଉଦ୍ୟାମ କରୁଥିଲେ ।
ନେତ୍ରୀ ଜଣକ ହେଲେ ବିଜେଡି ଜିଲ୍ଲା ମହିଲା ମୋର୍ଚ୍ଚା ପର୍ଯ୍ୟବେକ୍ଷକ ମିନତୀ ଦେବତା ବୋଲି ଜଣାପଡିଛି । ତେବେ ଶସୀ ପାଗୁଡାଙ୍କ ଶବ ଗତକାଲି ପୋଲିସ ଠାବ କରିଥିବାରୁ ପରିବାର ଲୋକ ଦୁଷ୍କମ କରି ହତ୍ୟା କରଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି । ଘଟଣା ନେଇ ଶୁକ୍ରବାର ଦିନ ଠୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୁରୁତର ସହ ନେଇନଥିଲା । ଫଳରେ ଏଭଳି ଘଟଣା ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
📱 Get Argus News App
✨ସେପଟେ ଘଟଣାକୁ ଦୁଇ ଦିନ ପୁରିଥିଲେ ମଧ୍ୟ ପୋଲିସ ହତ୍ୟାର କାରଣ ଜାଣି ପାରିନାହିଁ । କିଏ ଓ କାହିଁକି ହତ୍ୟା କଲା ତାହା ମଧ୍ୟ ପ୍ରାଥମିକ ତଦନ୍ତରୁ ମଧ୍ୟ ଜାଣା ପଡ଼ି ନାହିଁ । ଶୁକ୍ରବାର ସଂଧ୍ୟାରେ ଶସୀ ପାଗୁଡା ନିଖୋଜ ଥିବା ବେଳେ ଶନିବାର ସକାଳେ ମୃତ ଶରୀର ଉଦ୍ଧାର କରିଥିଲା ପୋଲିସ । ପରିବାର ଲୋକ ଦୁଷ୍କମ ପରେ ହତ୍ୟା କରିଥିବା ଅଭିଯୋଗ ଆଣୁଥିବା ବେଳେ ପୋଲିସ ଏଯାଏଁ କୌଣସି ସୁରାକ ପାଇନାହି ।