ପାଣ୍ଡିଆନ ଜିଲ୍ଲା ପରେ ଜିଲ୍ଲା ବୁଲୁଛନ୍ତି ଲୋକଙ୍କୁ ଦେଖିଲେ ଡରୁଛନ୍ତି, କଣ ପାଇଁ ?

ଅର୍ଗସ ବ୍ୟୁରୋ : ପୁଣି ପାଣ୍ଡିଆନଙ୍କ ସାମ୍ନାରେ ଧକ୍କା ମରାମରି । ଗୁହାରି ଜଣାଇବାକୁ ଆସିଥିଲେ । କିନ୍ତୁ ଶୁଣିଲେନି ଗୁହାରୀ । ଏବଂ ପୋଲିସ ବାବୁଙ୍କ ଧକ୍କାର ଶିକାର ହେଲେ ଦିବ୍ୟାଙ୍କ ଯୁବକ । ଦୁଇ ଦିନ ତଳେ ଭୋଗରାଇ ବ୍ଲକ ମନୋଜ-ମନ୍ମଥ ସ୍ମାରକୀ ପୀଠକୁ ପରିଦର୍ଶନରେ ଆସିଥିଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପାଣ୍ଡିଆନ ବାବୁ ଯିବା ସମୟରେ, ନିଜର ଗୁହାରି ଜଣାଇବା ପାଇଁ ପାଣ୍ଡିଆନ ଗାଡ଼ି ପାଖକୁ ଧାଇଁ ଧାଇଁ ଯାଇ ଜଣେ ଦିବ୍ୟାଙ୍ଗ ଯୁବକ ।
ଯେତେ କାକୁତି ମିନତୀ ହୋଇ ଗୁହାରି କରିଥିଲେ ମଧ୍ୟ ପାଣ୍ଡିଆନଙ୍କ ଗାଡ଼ିରେ ଥିବା କର୍ମଚାରୀ ଓ ପୋଲିସ ଶୁଣିବାକୁ ସୁଯୋଗ ଦେଇନଥିଲେ । ଏମିତିକି ତାଙ୍କୁ ଠେଲି ବାହାର କରିଦେଇଥିଲେ ତେବେ ଜନ ସାଧାରଣଙ୍କ ଦୁଃଖ ବୁଝିବା ବଦଳରେ ପାଣ୍ଡିଆନ କେବଳ ପୋଲିସ ବାହିନୀ ନେଇ ସାବାସି ନେଉଛନ୍ତି ବୋଲି ଦିବ୍ୟାଙ୍ଗ ଯୁବକ ଜଣକ ଅଭିଯୋଗ ଆଣିଛନ୍ତି ।
📱 Get Argus News App
✨ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ପାଣ୍ଡିଆନ ବାବୁ ସାଧାରଣ ଗରିବ ଲୋକଙ୍କୁ ଅଣଦେଖା କରୁଛନ୍ତି । ଯଦି ଲୋକଙ୍କ ସମସ୍ୟା କଥା ବୁଝିବାକୁ ଆସୁଛନ୍ତି କାହିଁକି ନିଜେ ଦେଖା କରୁ ନାହାନ୍ତି । କଣ ପାଇଁ ସବୁ ବେଳେ ମାଳ ମାଳ ସରକାରୀ କର୍ମଚାରୀଙ୍କୁ ନେଇକି ଆସୁଛନ୍ତି ।
ଅନ୍ୟପଟେ ନିର୍ବାଚନ ଆସିଛି ବାବୁଙ୍କ ଘନ ଘନ ଦେଖା ମିଳୁଛି, ନିର୍ବାଚନ ସରିଗଲେ କାହାରି ଦେଖା ମିଳିବ ନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ସେହିଭଳି ଗତ କଲି ଆଉ ଏକ ଘଟଣା ମଧ୍ୟ ଦେଖୁବାକୁ ମିଳିଥିଲା । ଯେଉଁ ଘଟଣା ଆପଣ ଦେଖିଲେ କହିବେ ଆମ ରାଜ୍ୟରେ ନାରୀ କେତେ ସୁରକ୍ଷିତ । ଥରେ ଦେଖୁ ନାହାନ୍ତି ଏ ମହିଳା ଜଣଙ୍କୁ । ପୋଲିସ ବାବି ମାନେ ପାଣ୍ଡିଆନଙ୍କ ସାମ୍ନାରେ ଟଣାଓଟରା କରୁଥିବାର ଦେଖିବାକୁ ମିଳିଥିଲା ।
