Videos
|
Odisha

Accident / ଦ୍ରୁତ ଗତି ନେଇଗଲା ଶାଶୁ, ଜ୍ଵାଇଁଙ୍କ ଜୀବନ; ସ୍କର୍ପିଓ ଓଲଟି ଆଉ ୫ ଆହତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦ୍ରୁତ ଗତି ନେଇଗଲା ଶାଶୁ, ଜ୍ଵାଇଁଙ୍କ ଜୀବନ; ସ୍କର୍ପିଓ ଓଲଟି ଆଉ ୫ ଆହତ
Fatal Crashes in Sambalpur and Gajapati

Key Points

ବିଳମ୍ବିତ ରାତିରେ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟିଛି । ସ୍କର୍ପିଓ ଓଲଟିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।
ସମ୍ବଲପୁର: କାଳ ହେଲା ଦ୍ରୁତ ଗତି । ଚାଲିଗଲା ୨ ଜୀବନ । ବିଳମ୍ବିତ ରାତିରେ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟିଛି । ଜାମଟାଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଦ୍ରୁତଗତିରେ ଯାଉଥିବା ସ୍କର୍ପିଓ ।

ଦୁର୍ଘଟଣାରେ ଶାଶୁ, ଜ୍ଵାଇଁଙ୍କର ମୃତ୍ୟୁ ହୋଇଛି । ଆଉ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ମୃତକ ଛତିଶଗଡ ରାୟପୁର ଅଞ୍ଚଳର ପାୟଲ ଦାସ ଓ ଶେଖର ମହାରାଜ । ଗୋଟିଏ ପରିବାର ୭ ସ୍କର୍ପିଓରେ ଯାଉଥିବା ବେଳେ ଡିଭାଇଡରରେ ପିଟି ହୋଇ ଗାଡ଼ିଟି ଓଲଟି ପଡ଼ିଥିଲା ।

ଏଥିସହ ପଢ଼ନ୍ତୁ: ରାତିରେ AG ଛକରେ ମାଡ଼ି ବସିଲା ଭିଜିଲାନ୍ସ; ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ିରୁ ମିଳିଲା ବିଡ଼ା ବିଡ଼ା ଟଙ୍କା 

ଖବର ପାଇ ଜୁଯୁମରା ଥାନା ପୋଲିସ ତଦନ୍ତ କରୁଛି । ମୃତକଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି । ସ୍କର୍ପିଓଟି ଦ୍ରୁତ ବେଗରେ ଯାଉଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘାଟିରେ ଓଲଟିଲା ଅଟୋ

ସେପଟେ ଗଜପତି ଜିଲ୍ଲାରେ ଘାଟିରେ ଅଟୋ ରିକ୍ସା ଓଲଟିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଗା ଘାଟିରେ ଅଟୋ ଓଲଟି ପଡ଼ିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

ସେରଙ୍ଗ ଥାନା ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତ ଦୁର୍ଗା ଘାଟିରେ ଏହି ଦୁର୍ଘଟଣା ଘଟିଛି । ଅଟୋର ଗ୍ରାମବାସୀ ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟକୁ ବିକ୍ରି ପାଇଁ ଗାଁରୁ ପାରଳାଖେମୁଣ୍ଡି ଅଟୋରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୁଣ୍ଡିଆଣି ଘଣ୍ଟ ସରାଧାପୁର ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଅଟୋ ଡ୍ରାଇଭରର ଫେରାର୍ ହୋଇ ଯାଇଛି ।

ଏଥିସହ ପଢ଼ନ୍ତୁ: ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ; ଭୁବନେଶ୍ଵର ଓ ମୟୂରଭଞ୍ଜରେ କାର୍ଯ୍ୟକ୍ରମ 

NH-୧୬ରେ ସିରିଜ୍ ଦୁର୍ଘଟଣା

୨ ଦିନ ତଳେ ବ୍ରହ୍ମପୁର ଜାତୀୟ ରାଜପଥ ୧୬ରେ ବଡ଼ ଧରଣର ସିରିଜ୍ ଦୁର୍ଘଟଣା ହୋଇଥିଲା । ଛତ୍ରପୁର ନିକଟ ଚମାଖଣ୍ଡି ଜାତୀୟ ରାଜପଥର ବାଇକ୍, ସ୍କୁଟି, ଟ୍ରକ୍ ଓ କାର୍ ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟିଥିଲା ।

ସିରିଜ୍ ଦୁର୍ଘଟଣାରେ ଏକାଧିକ ଲୋକ ମୃତାହତ ହୋଇଥିଲେ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ MKCG ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା ।