Crime In Odisha / ନିଶାରେ ରହୁଥିଲା ଝାଡ଼ୁଦାର, ଚାକିରିରୁ ବାହାର କରିବାରୁ ଭୁସିଦେଲା ଛୁରା
·45 mins ago·2 min read

Key Points
ଚାକିରି ଯିବା ରାଗରେ ଛୁରାମାଡ଼ କଲା ଝାଡ଼ୁଦାର । ସମ୍ବଲପୁର ବିଶ୍ଵବିଦ୍ୟାଳୟ ପରିସରରେ ଶୁକ୍ରବାର ସକାଳ ଛୁରାମାଡ଼ ହୋଇଛି । ରସାୟନିକ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁ ଛୁରାମାଡ଼ରେ ଗୁରୁତର ଆହତ ହୋଇଛନ୍ତି ।
ସମ୍ବଲପୁର: ଶିକ୍ଷାନୁଷ୍ଠାନ ଭିତରେ ଝରିଲା ରକ୍ତ । ଚାକିରି ଯିବା ରାଗରେ ଛୁରାମାଡ଼ କଲା ଝାଡ଼ୁଦାର । ସମ୍ବଲପୁର ବିଶ୍ଵବିଦ୍ୟାଳୟ ପରିସରରେ ଶୁକ୍ରବାର ସକାଳ ଛୁରାମାଡ଼ ହୋଇଛି । ରସାୟନିକ ବିଜ୍ଞାନ (Chemistry) ବିଭାଗର ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁ ଛୁରାମାଡ଼ରେ ଗୁରୁତର ଆହତ ହୋଇଛନ୍ତି ।
ସତ୍ୟନାରାୟଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାର୍ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଏବେ ସତ୍ୟନାରାୟଣଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ଛି । ମିଳିଥିବା ସୂଚନା ଅନୁସାରେ, ରସାୟନିକ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କ ବାମ ପେଟ ତଳ ଭାଗରେ ଆଘାତ ଲାଗିଛି ।
ଏଥିସହ ପଢ଼ନ୍ତୁ: ଆକ୍ସନ ମୋଡରେ ଅବକାରୀ ବିଭାଗ , ନିଶା ମାଫିଆଙ୍କ ଅଣ୍ଟା ଭାଙ୍ଗିବା ପାଇଁ ଲୋଡ଼ିଲା NCBର ସହାୟତା
କିଏ ଓ କାହିଁକି ଭୁସିଲା ଛୁରି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମ୍ବଲପୁର ଅତିରିକ୍ତ ଏସ୍ପି ଅଜୟ ମିଶ୍ରଙ୍କ ଅନୁସାରେ, "ପୂର୍ବରୁ ସମ୍ବଲପୁର ଝାଡ଼ୁଦାର ଭାବେ କାମ କରୁଥିବା କୃପିସାନ୍ଧୁ ହିଁ ଛୁରାମାଡ଼ କରିଛି । ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ସତ୍ୟନାରାୟଣ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ତାଙ୍କ ଅଫିସ୍କୁ ଯିବାବେଳେ କୃପାସିନ୍ଧୁ ଆସି ଛୁରାମାଡ଼ କରିଛି ।"
ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି । କିଛିଦିନ ହେବ କୃପାସିନ୍ଧୁ ନାଗର ଆଚରଣ, ବ୍ୟବହାର ଓ କାର୍ଯ୍ୟ କଳାପ ଠିକ୍ ନଥିଲା । ତେଣୁ, କୃପାସିନ୍ଧୁଙ୍କୁ ଚାକିରିରୁ ଛଟେଇ କରି ଦିଆଯାଇଥିଲା । ଯାହା ପରେ କୃପାସିନ୍ଧୁ ବିଭିନ୍ନ ସମୟରେ ବିଶ୍ଵବିଦ୍ୟାଳୟକୁ ଆସି ତାଙ୍କୁ ପୁଣି ଥରେ କାମରେ ରଖିବାକୁ ଅନୁରୋଧ କରି ଆସୁଥିଲେ ।
ହେଲେ କୃପାସିନ୍ଧୁଙ୍କ ଆଚରଣ ଓ ବିଶୃଙ୍ଖଳା ପାଇଁ ତାଙ୍କୁ ପୁଣି ଥରେ କାର୍ଯ୍ୟରେ ରଖା ଯାଇ ନଥିଲା । ଯାହାକୁ ନେଇ କୃପାସିନ୍ଧୁ ନାଗ ଶୁକ୍ରବାର ରସାୟନିକ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଛୁରାମାଡ଼ କରିଥିବା କହିଛନ୍ତି ଅତିରିକ୍ତ ଏସ୍ପି ।
ଏଥିସହ ପଢ଼ନ୍ତୁ: ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ
ସତ୍ୟନାରାୟଣଙ୍କୁ ଛୁରାମାଡ଼ କରିବା ପରେ ଅଭିଯୁକ୍ତ କୃପାସିନ୍ଧୁ ନାଗ ଫେରାର୍ ହୋଇ ଯାଇଥିଲା । ପୋଲିସ ତୁରନ୍ତ ଟିମ୍ ଗଠନ କରି କୃପାସିନ୍ଧୁଙ୍କୁ ଖୋଜିବା ଆରମ୍ଭ କରିଥିଲା । ଏବେ କୃପାସିନ୍ଧୁକୁ ଅଟକ ରଖି ବୁର୍ଲା ଥାନା ପୋଲିସ ତଦନ୍ତ ଚଳାଇଛି ।