Videos
|
Odisha

Vigilance Raid / ରେଳ ଲାଇନ୍‌ରେ ଚାଲିଗଲା ଜମି; କ୍ଷତିପୂରଣ ଅର୍ଥ ଦେବାକୁ ବାବୁ ମାଗିଥିଲେ ୫ ଲକ୍ଷ

Sushanta Sahoo
Browse all articles by Sushanta Sahoo
·46 mins ago·2 min read
ରେଳ ଲାଇନ୍‌ରେ ଚାଲିଗଲା ଜମି; କ୍ଷତିପୂରଣ ଅର୍ଥ ଦେବାକୁ ବାବୁ ମାଗିଥିଲେ ୫ ଲକ୍ଷ
Odisha Officer Held for Bribe in Railway Land Compensation Case

Key Points

୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।
ସମ୍ବଲପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅଧିକାରୀ । ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଲାଞ୍ଚ ଟଙ୍କା ସହ ଅଜୟ ଧରାପଡ଼ିବା ପରେ ତାଙ୍କର ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପରେ ଅଭିଯୋଗକାରୀଙ୍କ ଜମି ଅଧିଗ୍ରହଣ କରାଯାଇଥିଲା । ଯାହା ବାବଦକୁ ଅଭିଯୋଗକାରୀ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ବାବଦରେ ପାଇବେ । ତେବେ ଉକ୍ତ ଲାଇନ୍‌ରେ ତୃତୀୟ ରେଳ ଧାରଣା ସମୟରେ ଆହୁରି ଅଧିକ କ୍ଷତିପୂରଣ ମିଳିବା ନେଇ ଆଶ୍ଵାସନା ଦେଇଥିଲେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ ।

ଏଥିସହ ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃ*ତ୍ୟୁ ମାମଲା; ଗିରଫ ପରେ ଜେଲ୍ ଗଲେ ବିଦ୍ୟାଭାରତୀ ପଣ୍ଡା 

ଏଥିପାଇଁ ଅଜୟ ଗଡ଼ନାୟକ ଅଭିଯୋଗକାରୀଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ । ପୂର୍ବରୁ ଅଜୟ ୨ ଲକ୍ଷ ଟଙ୍କା ନେଇଥିଲେ । ଅକ୍ଟୋବର ୨୭ ତାରିଖରେ ଆଉ ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବାକୁ ଦାବି କରିଥିଲେ । ଏପରିକି ୩ ଲକ୍ଷ ଟଙ୍କା ଶୀଘ୍ର ନଦେଲେ ଭବିଷ୍ୟତରେ ତୃତୀୟ ଲାଇନ୍ ପାଇଁ ଜମି ଅଧିଗ୍ରହଣ ବେଳେ ସମସ୍ୟା ସୃଷ୍ଟି ହେବ ବୋଲି ଧମକ ଦେଇଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯାହାକୁ ନେଇ ଜମି ମାଲିକା କିଛି ରାସ୍ତା ନ ପାଇଁ ଭିଜିଲାନ୍ସ ଦ୍ଵାରସ୍ଥ ହୋଇଥିଲେ । ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ କିଭଳି ତାଙ୍କୁ ନିର୍ଯାତନା ଦେଉଛନ୍ତି ଅଭିଯୋଗ କରିଥିଲେ । ଆଉ ଭିଜିଲାନ୍ସର ପୂର୍ବ ଯୋଜନା ଅନୁଯାୟୀ, ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ ସୋମବାର ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଟଙ୍କା ସହ ଧରା ପଡ଼ିଛନ୍ତି ।

ଅଜୟ କୁମାର ଗଡ଼ନାୟକଙ୍କୁ ଭିଜିଲାନ୍ସ ୩ ଲକ୍ଷ ୧୦ ହଜାର ଟଙ୍କା ସହ ଧରିଛି । ଯାହାପରେ ଭିଜିଲାନ୍ସ ପକ୍ଷରୁ ଅଜୟ ଗଡ଼ନାୟକଙ୍କ ୩ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି । ଅଜୟଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍ । ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଛାନଭିନ୍ ଜାରି ରହିଛି ।