Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘୋଷଣା କରି ଭୁଲି ଯାଉଛନ୍ତି ରାଜ୍ୟ ସରକାର

Odisha

ଘୋଷଣା କରି ଭୁଲି ଯାଉଛନ୍ତି ରାଜ୍ୟ ସରକାର

Jitendra Dash
Browse all articles by Jitendra Dash
·2 years ago·2 min read
ଘୋଷଣା କରି ଭୁଲି ଯାଉଛନ୍ତି ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ୨୦୧୯ରେ ଦେଲେନି ୩ କୋଟି । ୨୦୨୪ରେ ପୁଣି ଘୋଷଣା ହେଲା ସାଢେ ୩ ଶହ କୋଟି । ରାଜ୍ୟ ସରକାରଙ୍କ ଏକି ପ୍ରକାରର ଘୋଷଣା । ରବିବାର ୫ ଟି ଅଧ୍ୟକ୍ଷ ଭିକେ ପାଣ୍ତିଆନ ସମ୍ବଲପୁର ଗସ୍ତ କରି ଭିଏସଏସ ଷ୍ଟାଡିୟମ ପରିଦର୍ଶନ କରିଥିଲେ । ଏହା ବାଦ ଷ୍ଟାଡିୟମ ରୁପାନ୍ତିକରଣ ନେଇ ସାଢେ ୩ ଶହ କୋଟି ଟଙ୍କା ଘୋଷଣା କରିଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନ ପୁର୍ବରୁ ଫେବୃଆରୀ ୧ ତାରିଖ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜେ ଭିଏସଏସ ଷ୍ଟାଡିୟମରେ ଆୟୋଜିତ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ସମୟରେ ଷ୍ଟାଡିୟମ ଉନ୍ନୟନ ମୁଳକ କାମ ପାଇ ୩ କୋଟି ଟଙ୍କା ଘୋଷଣା କରିଥିଲେ । 

ହେଲେ ଆଜି ୫ ବର୍ଷ ପୁରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣାରେ ରହିଛି । ୩ କୋଟିରୁ ଟଙ୍କାରୁ ୩ ଟଙ୍କା ମଧ୍ୟ ମିଳିଳା ନାହିଁ । ସେପଟେ ଏହାକୁ ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ୩ କୋଟି ଟଙ୍କା ୫ ବର୍ଷ ହେବ ଦେଇପାରିଲେ ନାହିଁ । ଏବେ ୫ଟି ଅଧ୍ୟକ୍ଷ ଘୋଷଣା କରିଥିବା ସାଢେ ୩ ଶହ କୋଟି ଟଙ୍କା ଦେବେତ ?  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠି ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ସମ୍ବଲପୁରବାସୀଙ୍କୁ ଲଲିପପ୍ ଦେଖାଉ ନାହାନ୍ତି ତ ? ନିର୍ବାଚନ ଆସିଲେ ଘୋଷଣା କରୁଛନ୍ତି ନିର୍ବାଚନ ସରିଲେ ଭୁଲି ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୩ କୋଟିର ପ୍ରତିଶ୍ରୁତି ଥିଲା ଏବେ ପାଣ୍ଡିଆନଙ୍କ ସାଢେ ୩ ଶହ କୋଟି । ଦେଖିବାକୁ ବାକି ରହିଲା କାହା କଥାର ଅଛି ଦମ୍ । ତେବେ ଆଗକୁ ନିର୍ବାଚନ ଥିବାରୁ ଷ୍ଟାଡିୟମ କଥା ମନେ ପଡିଛି । ବଜେଟରେ କୌଣସି ଟଙ୍କା ମଞ୍ଜୁର ହୋଇନଥିଲେ ମଧ୍ୟ କିଭଳି ଘୋଷଣା କଲେ ବୋଲି ବିଜେପି କହିଛି । କଂଗ୍ରେସ କହିଛି ନିର୍ବାଚନ ବୈତରଣୀ ପାର ହେବା ନେଇ ଏହା ଆଉ ଏକ ଲଲିପପ ଦେଲେ ରାଜ୍ୟ ସରକାର । ରାଜ୍ୟର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଟଙ୍କା ଲୋକଙ୍କୁ ମିଳୁନି,  ହେଲେ ୫ ଟି ଅଧ୍ୟକ୍ଷ ଘୋଷଣାରେ ଯଦି ଟଙ୍କା ମିଲୁଛି ତାହାଲେ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବ କହିଛନ୍ତି ବିରୋଧି । 
 

Painting
Sponsored
sambalpur vss stadium issue | Argus News