ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପରି ଓଡିଶାରେ ବି ସମାନ ସ୍ଥିତି

ଅର୍ଗସ ବ୍ୟୁରୋ: ବଲାଙ୍ଗିର, ବରଗଡ଼ ପରେ ଏବେ ପୁରୀ ଜିଲ୍ଲାରେ ସାମ୍ନାକୁ ଆସିଛି ଶିକ୍ଷକ ନିୁଯୁକ୍ତି ଜାଲିଆତି। ବିଜେଡି ସରକାରରେ ପିଲାଙ୍କ ଭବିଷ୍ୟତ ସହ ଚାଲିଥିଲା ସାଂଘାତିକ ଖେଳ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି ପୁରୀ ଜିଲ୍ଲାରେ ଫେକ୍ ସାର୍ଟିଫିକେଟରେ ଦିଆଯାଇଛି ବ୍ୟାପକ ନିଯୁକ୍ତି। ପୁରୀ ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢାଉଛନ୍ତି ଫେକ୍ ସାର୍ଟିଫିକେଟ୍ ବଳରେ ନିଯୁକ୍ତି ପାଇଥିବା ମାଳମାଳ ଶିକ୍ଷକ। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ହୋଇନି କୌଣସି କାର୍ଯ୍ୟାନୁଷ୍ଠାନ।
ପୂର୍ବର ଆମେ ଦେଖାଇଥିଲୁ କିପରି ବରଗଡ଼ ଜିଲ୍ଲାରେ କିପରି ଶିକ୍ଷକ ନିଯୁକ୍ତିରୋ ହୋଇଛି ବ୍ୟାପକ ଜାଲିଆତି। ଏହାପରେ ଜାଲିଆ ଶିକ୍ଷକଙ୍କ ମଧ୍ୟରେ ଖେଳିଯାଇଛି ବ୍ୟାପକ ହଇଚଇ। ଏ ତାଲିକା ଉପରେ ଟିକେ ନଜର ପକାନ୍ତୁ। ବରପାଲି ବ୍ଲକ ଧୀରପୁର ଗାଁର ରୋହିତ କୁମାର ଭୋଇ, ଆନ୍ନାମଲାଇ ୟୁନିଭର୍ସିଟି ନାଁରେ ନକଲି ବିଇଡି ସାର୍ଟିଫିକେଟ ଦେଇ ହାତେଇଛନ୍ତି ଚାକିରି | ଏବେ ଗୁମର ଖୋଲିବା ପରେ ଅସୁସ୍ଥତା ଦର୍ଶାଇ ଛୁଟିରେ ଯାଇଛନ୍ତି। ଆଉ ଇଏ ହେଉଛି ତାଙ୍କ ଛୁଟି ଦରଖାସ୍ତ। ସେହିପରି ଭେଡେନ ବ୍ଲକ ବରମକେଲାର ମିଲନ କୁମ୍ଭାର, ବରପାଲି ବ୍ଲକର ଏକ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ସିଏ ମଧ୍ୟ ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବାର ଅଭିଯୋଗ ରହିଛି| ସବୁଠୁ ବଡ଼ କଥା ହେଉଛି ଅର୍ଗସରେ ଖବର ପ୍ରସାରଣ ପରେ ମିଲନ ଚାକିରିରୁ ଇସ୍ତଫା ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ଜାଣିବାକୁ ମିଳିଛି।
ଖାଲି ବରଗଡ଼ ନୁହେଁ ଦିନେ ଫେକ ସାର୍ଟିଫିକେଟଧାରୀଙ୍କ ହବ୍ ପାଲଟିଥିବା ବଲାଙ୍ଗିରରେ ବି ପୁଣି ଧରାପଡିଲେଣି ନକଲି ଶିକ୍ଷକ। ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଲୋକାପଡା ହାଇସ୍କୁଲର ଖେଳ ଶିକ୍ଷକଙ୍କ ସାର୍ଟିଫିକେଟକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ| ସେ ଦ୍ବାଦଶ ସାର୍ଟିଫିକେଟ ଦାଖଲ ନକରି ଚାକିରି କରୁଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି | ଏପଟେ ସ୍କୁଲର ପ୍ରଧାନଶିକ୍ଷକ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି |
କେବଳ ଏ ତିନ ଜିଲ୍ଲା ନୁହେଁ ବିଜେଡି ସରକାର ଅମଳରେ ପୂରା ରାଜ୍ୟରେ ଏଭଳି ଶିକ୍ଷକ ନିୟୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ। ପଶିମବଙ୍ଗରେ ଶିକ୍ଷକ ନିଯୁକ୍ତିରେ ବଡ଼ ଧରଣର ଦୁର୍ନୀତି ସମ୍ମାକୁ ଆସିବା ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଏହାର ତଦନ୍ତ କରୁଛି। ଏବେ ପ୍ରଶ୍ନ ମୋହନ ସରକାର ଜାଲ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କେବେ ନେବେ କାର୍ଯ୍ୟାନୁଷ୍ଠାନ ? ପଶ୍ଚିମ ବଙ୍ଗରେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପରି ଓଡ଼ିଶାରେ ଶିକ୍ଷକ ଜାଲିଆତିର ମୁଖ୍ୟ କର୍ପଟଦାରମାନେ କେବେ ଯିବେ ଜେଲ ?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: