ପଞ୍ଚଭୂତରେ ଲୀନ ହେଲେ ସମୀର ଦେ’

ଅର୍ଗସ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲେ ଉପକୂଳ ଓଡ଼ିଶାରେ ବିଜେପିର ବୀଜରୋପଣର ବାଇମୁଣ୍ଡି। କଟକ ଖାନ୍ନଗର ମଶାଣିରେ ସମୀର ଦେ’ଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ। ସମୀର ଦେଙ୍କ ଝିଅ ମୁଖାଗ୍ନୀ ଦେଇ କଲେ ଅନ୍ତିମ ସଂସ୍କାର । ଅନ୍ତିମ ସଂସ୍କାର ପୂର୍ବରୁ କଟକ ଡିସିପିଙ୍କ ଉପସ୍ଥିତିରେ କମିସନରେଟ ପୋଲିସ ପକ୍ଷରୁ ଦିଆଗଲା ସଲାମୀ। ନିମୋନିଆରେ ଆକ୍ରନ୍ତ ହେବା ପରେ କଟକର ଏକ ଘରୋଇ ହସପିଟାଲରେ ଥିଲେ ଚିକିତ୍ସାଧୀନ।
ଅଧିକ ପଢନ୍ତୁ : ସମୀର ଦେ'ଙ୍କ ସମ୍ମାନରେ ଆଜି ବାଲିଯାତ୍ରାରେ ବନ୍ଦ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ
ସମୀରଙ୍କ ବିୟୋଗରେ ଓଡ଼ିଶା ବିଜେପି ଶିବିରରେ ଶୋକର ଲହରୀ। ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ଶୋକ ପ୍ରକାଶ କଲେ କେନ୍ଦ୍ର ଓ ରାଜ୍ୟର ବହୁ ବିଶିଷ୍ଟ ରାଜନେତା। ଦାଦାଙ୍କ ସମ୍ମାନାର୍ଥେ ବାଲିଯାତ୍ରାର ଉଭୟ ମଞ୍ଚରେ ଆଜି ବନ୍ଦ ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ। କଟକ ଖାନ୍ନଗର ମଶାଣିରେ ସମୀର ଦେ’ଙ୍କ ଶେଷକୃତ୍ୟ ।
