Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଶାନ୍ତ ଜଗଦେବଙ୍କ ଗିରଫକୁ ନେଇ ବର୍ଷିଛନ୍ତି ସମୀର ମହାନ୍ତି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପ୍ରଶାନ୍ତ ଜଗଦେବଙ୍କ ଗିରଫକୁ ନେଇ ବର୍ଷିଛନ୍ତି ସମୀର ମହାନ୍ତି

ଅର୍ଗସ ବ୍ୟୁରୋ : ପ୍ରଶାନ୍ତ ଜଗଦେବଙ୍କ ଗିରଫକୁ ନେଇ ବର୍ଷିଛନ୍ତି ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି,  ସିଇଓ ନିରପେକ୍ଷ ହୁଅନ୍ତୁ । ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଦାୟିତ୍ୱ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର । ସେ ଏଭଳି କହିବା ଆଶ୍ଚର୍ଯ୍ୟ । ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ସେହି ନ୍ୟାୟ ହେଉଛି । ପ୍ରଶାନ୍ତ ଜଗଦେବଙ୍କୁ ଗିରଫ ଏବଂ  ଯେଉଁ ଦଫା ଲାଗିଛି ଆମେ ଆଶ୍ଚର୍ଯ୍ୟ । ସେ ଭୋଟ ଦେବାକୁ ଯାଇଛନ୍ତି ତାଙ୍କ ଭୋଟ ଦାନ କେନ୍ଦ୍ରରେ ଏମିତି ସ୍ଥିତି ଦେଖିଲେ, ହେଲେ ତାଙ୍କୁ ସାଙ୍ଗେ ସାଙ୍ଗେ ଜେଲ ।

ଅଧିକ ପଢନ୍ତୁ : ନିମାପଡା ଚିନ୍ତାରେ ନବୀନ

ହେଲେ ବିଜେଡି ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ଭିଡିଓ ଭାଇରଲ ହେଉଛି । ହେଲେ କେବଳ ନୋଟିସ କରି ଚୁପ ମୁଖ୍ୟ ନିର୍ବାଚନ ଅଧିକାରୀ । ଏ କି ପ୍ରକାର ନ୍ୟାୟ ।ବିଜେଡି କର୍ମୀ ଓ ମୁଷ୍ଟିମେୟ ନେତାଙ୍କ ବିରୋଧରେ ଆମେ ପ୍ରମାଣ ଦେଇଛୁ ତା ସତ୍ତ୍ୱେ କିଛି ନାହିଁ । ହିଞ୍ଜିଳିର ଜଣେ ଏଏସଆଇ ବିରୋଧରେ ଏତେ ଅଭିଯୋଗ ଆସିଲା ତାଙ୍କୁ ତ ବଦଳି କରି ପାରିଲେନି। ରାଜନୈତକ ଦଳ ଚାପ ପକେଇଛନ୍ତି, ଏଭଳି କହିବା ଦୁଭାଗ୍ୟଜନକ । ବାକି ନିର୍ବାଚନରେ ସେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ନିରପେକ୍ଷତାର ପ୍ରମାଣ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sameer Mohanty is angry about the arrest of Prashant Jagdev | Argus News