ଓଡ଼ିଶାରେ ସନାତନ ଧର୍ମକୁ କୁଠାରଘାତ କରାଯାଉଛି-ସମୀର ମହାନ୍ତି

ପୁରୀ: ବିଗତ କିଛି ଦିନ ଧରି ଓଡ଼ିଶାରେ ସନାତନ ଧର୍ମକୁ କୁଠାରଘାତ କରାଯାଉଛି । ଯାହା କ୍ଷତି ପହଞ୍ଚାଯାଉଛି । ଜଣେ ପ୍ରଶାସନିକ ଅଧିକାରୀରୁ ରାଜନେତା ସାଜିଥିବା ଜଣେ ବାବୁ ନିଜର ପ୍ରଚାର ପ୍ରସାର ପାଇଁ ଜଗନ୍ନାଥଙ୍କୁ ବ୍ୟବହାର କରିଛନ୍ତି ଯାହା କି ଅତ୍ୟନ୍ତ ଲଜ୍ଜା ଜନକ । ଯିଏ ଜଗନ୍ନାଥଙ୍କୁ ନିଜର ପ୍ରମୋସନ ପାଇଁ ବ୍ୟବହାର କରୁଛନ୍ତି ସିଏ କେଉଁଭଳି ଓଡ଼ିଶାର ସଂସ୍କୃତି ଓ ଜନ ମାନସ କୁ ଚିହ୍ନିଛନ୍ତି ଏହା ତାର ପରିଚୟ ଦେଉଛି ।
ସେହି ବାବୁଙ୍କର ଓଡ଼ିଆ ସଂସ୍କୃତି ଓ ସାଂସ୍କୃତିକ ଜୀବନ ସହିତ ସମ୍ପୃକ୍ତି ନଥିବାର ଇଏ ହେଉଛି ପ୍ରମାଣ । ଏଭଳି କାର୍ଯ୍ୟ କରି ନିଜର ଶିଶୁ ଶୁଲଭ ଓ ଯୁବ ଶୁଲଭ ତଥା ଅଜ୍ଞାନତାର ପରିଚୟ ଦେଇଛନ୍ତି ସେହି ବାବୁ ଜଣଙ୍କ । ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଆଙ୍କ ଇଷ୍ଟ ଦେବତା । ଆଉ ସେହି ଜଗନ୍ନାଥଙ୍କୁ ବ୍ୟବହାର କରି ଜଣେ ବାବୁ ନିଜର ପ୍ରମୋସନ କରୁଛନ୍ତି । ଗୋ ମାଂସ ଭକ୍ଷଣ କରିଥିବା ଜଣେ ୟୁଟୁବର ପଇସା ପାଇଁ କାମ କରୁଛନ୍ତି ।
ଗୋ ମାଂସ ଭକ୍ଷଣ କରିଥିବା ଜଣେ ୟୁଟୁବରଙ୍କୁ ଶ୍ରୀମନ୍ଦିରକୁ ନେଇ ଥିବା ସେହି ବାବୁ ଜଣଙ୍କ ଯଦି ଭାବି ଥାନ୍ତେ ତାଙ୍କୁ ଶିମିଳିପାଳ କିମ୍ବା ଅନ୍ୟ ପର୍ଯ୍ୟଟନ ସ୍ଥଳୀକୁ ନେଇ ପାରିଥାନ୍ତେ ସେଥିରେ କାହାର କୌଣସି ଆପତ୍ତି ନଥିଲା । କିନ୍ତୁ ଜଗନ୍ନାଥଙ୍କୁ ବ୍ୟବହାର କରିବା ଓଡ଼ିଆ ଜନ ଜୀବନ ଦୁଃଖ ଦେଇଛି । ଏହା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ କି ସ୍ମରଣୀୟ ନୁହେଁ ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...