Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏକ୍ସରେ ପ୍ରସନ୍ନଙ୍କୁ ଟାର୍ଗେଟ କରିଛନ୍ତି ସମୀର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଏକ୍ସରେ ପ୍ରସନ୍ନଙ୍କୁ ଟାର୍ଗେଟ କରିଛନ୍ତି ସମୀର

ଅର୍ଗସ ବ୍ୟୁରୋ:  ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମୀର ମହାନ୍ତିଙ୍କ ଟାର୍ଗେଟ। ସୋସିଆଲ ମିଡିଆ ଏକ୍ସରେ ପ୍ରସନ୍ନଙ୍କୁ ଟାର୍ଗେଟ କରିଛନ୍ତି ସମୀର। କହିଛନ୍ତି ଭାଇ, ଆପଣ ଏବଂ ଆପଣଙ୍କ ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି । ଓଡ଼ିଆ ଲୋକଙ୍କ ନିଷ୍ପତିକୁ ଆପଣ ଅହଙ୍କାର କାରଣରୁ ସ୍ବିକାର କରିପାରୁନାହାନ୍ତି । ବିଜେପିର ଲୋକକଲ୍ୟାଣକାରୀ ଯୋଜନାରେ ଇର୍ଷାନ୍ବିତ ହୋଇ ଆପଣ ଏଭଳି ମନ୍ତବ୍ୟ ଦେଉଛନ୍ତି । ଚଳିତ ନିର୍ବାଚନ ସମୟରେ ଆପଣଙ୍କ ଦଳ ଆପଣଙ୍କୁ କୋଣଠେସା କରି ଟିକେଟ୍ ଦେଉନଥିଲା ? ଏ କଥାକୁ ଆପଣ ଭୁଲି ଯାଉଛନ୍ତି । ଆପଣ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ଆପଣଙ୍କ ନିଜ କଥା ନା ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି ?

ଯଦି ନବୀନ ବାବୁଙ୍କ ପ୍ରତି ଲୋକପ୍ରିୟତା ଥିଲା ବୋଲି ଆପଣ କହୁଛନ୍ତି ତେବେ ସେ ଗତ ନିର୍ବାଚନରେ ଲଢୁଥିବା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ 16,344ଟି ଭୋଟ୍ ବ୍ୟବଧାନରେ ହାରିଲେ କେମିତି  ବୋଲି ପ୍ରଶ୍ନ କରିଛନ୍ତି ସମୀର…. ସରକାର ଗଠନର ଶହେ ଦିନ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତିକୁ ଅବିଳମ୍ବେ ପାଳନ କରୁଛି । ବିଜେପିର ଲୋକପ୍ରିୟତା ନେଇ ଆପଣଙ୍କୁ ଚିନ୍ତା ଘାରିବା ସ୍ବାଭାବିକ ବୋଲି କହିଛନ୍ତି ସମୀର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored