Videos
|
Odisha

ହଟିଲା କଟକଣା, ଆଜିଠୁ ପୁଣି ରିତିମତ ଚାଲିବ ମାଛଧରା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ହଟିଲା କଟକଣା, ଆଜିଠୁ ପୁଣି ରିତିମତ ଚାଲିବ ମାଛଧରା

ଅର୍ଗସ ବ୍ୟୁରୋ:  ପାରାଦୀପ ମାଛଧରା ବନ୍ଦରରୁ ହଟିଲା କଟକଣା। ଆଜିଠୁ ପୁଣି ରିତିମତ ମାଛଧରା ଚାଲିବ। ଗତ ଦୁଇ ମାସ ଧରି କଟକଣା ଲାଗି ରହିଥିଲା। ଯାହା ଦ୍ୱାରା ମାଛ ଧରା ବନ୍ଦ ଥିଲା। ତେବେ ଏବେ ମାଛଧରା ପୁଣି ଆରମ୍ଭ ହେବାକୁ ଯାଉଛି। ଆଜିଠୁ ପୁଣି  ମାଛ ଧରିବେ ମତ୍ସ୍ୟଜୀବୀ। ସେପଟେ କଟକଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମତ୍ସ୍ୟଜୀବୀ। ବନ୍ଦ ସମୟରେ ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ମିଳି ନାହିଁ।

ଏହାସହ ଦୀର୍ଘ ଦିନ ହେବ ମୁହାଁଣ ମୁହଁ ଖୋଳା ନହେବା କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ମତ୍ସ୍ୟ ଉତ୍ପାଦକ ସଂଘର ଦୀର୍ଘ ଦିନର ଡିଜେଲ୍ ସବ୍ ସିଡି ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇନାହିଁ । ସେପଟେ ଚଳିତ ସିଜନ୍ ରେ ଭଲ ମାଛ ସହ ଦୁଇ ପଇସା ରୋଜଗାର ହେବ ବୋଲି ବୋଟ୍ ମାଲିକ ଓ କର୍ମଚାରୀ ମାନେ ଆଶା ବାନ୍ଧିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sanctions lifted from Paradip fishing port | Argus News