Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଲୁକା କଳାରେ ପୁରୀ ପରିକ୍ରମା ପ୍ରକଳ୍ପ

Odisha

ବାଲୁକା କଳାରେ ପୁରୀ ପରିକ୍ରମା ପ୍ରକଳ୍ପ

Smruti Parija
Browse all articles by Smruti Parija
·2 years ago·1 min read
ବାଲୁକା କଳାରେ ପୁରୀ ପରିକ୍ରମା ପ୍ରକଳ୍ପ

ପୁରୀ:  ଜାନୁଆରୀ ୧୭ ଅର୍ଥାତ ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଜମାନ ଭାବେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ଏଣୁ ଏହି ଦିନଟି ଏକ ଐତିହାସିକ ଦିନ । ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ତଥା ବିଶିଷ୍ଠ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକଳା । 

ଏଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର କଳାକୃତି ସହିତ ପରିକ୍ରମା ମାର୍ଗର ନିଖୁଣ ପ୍ରତିକୃତି ନିର୍ମାଣ କରିଛନ୍ତି । ବାଲିରେ ପ୍ରସ୍ତୁତ ଏହି ପରିକ୍ରମା ମାର୍ଗରେ ବିଭିନ୍ନ ମଠ ଓ ମନ୍ଦିରର କୃତି ପ୍ରଦର୍ଶିତ କରିଛନ୍ତି । କେବଳ ସେତିକି ନୁହେଁ ଶ୍ରୀମନ୍ଦିରର ଆକର୍ଷଣୀୟ କଳାକୃତି ସହ ଅରୁଣସ୍ତମ୍ବର ନିଖୁଣ ପ୍ରତିକୃତି  ଗଢିଛନ୍ତି ସୁଦର୍ଶନ । ତେବେ ଶ୍ରୀମନ୍ଦିର ନିର୍ମାଣ ହେବା ଆମେ ଦେଖିନାହୁଁ ମାତ୍ର ଏହା ଆମପାଇଁ ଏକ ଐତିହାସିକ ମୁହୁର୍ତ୍ତ । 

ଏହି ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷା କରିଛନ୍ତି । ପୂର୍ବରୁ ଭକ୍ତମାନେ ଅନେକ ଅସୁବିଧା ଭୋଗ କରୁଥିଲେ । ଏହି ପ୍ରୋଜେକ୍ଟ ହେବା ଦ୍ୱାରା ଆମେ ସମସ୍ତେ ଉପକୃତ ହୋଇପାରିବା । ସାରା ବିଶ୍ୱ ବି ଏଭଳି  କାର୍ଯ୍ୟକ୍ରମକୁ ଚାହିଁ ବହିଛନ୍ତି । ପରିକ୍ରମା ପ୍ରକଳ୍ପରେ ଶିଳ୍ପୀଙ୍କ ହାତରେ ଅନେକ କିଛି ଗଢାଯାଇଛି । ଏଣୁ ବାଲିରେ ବାଲୁକାଶିଳ୍ପୀ ଭାବେ ଏହି କଳାକୃତିଟି ଗଢିବାକୁ ଚେଷ୍ଟା କରିଛି ବୋଲି କହିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
sand-art-of-parikrama-prakalpa-by-sudarshan-pattnaik | Argus News