Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଧଡ଼କ ଉଠାଉଛନ୍ତି ବାଲି, ପ୍ରଶାସନ ନୀରବଦ୍ରଷ୍ଟା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବେଧଡ଼କ ଉଠାଉଛନ୍ତି ବାଲି, ପ୍ରଶାସନ ନୀରବଦ୍ରଷ୍ଟା

ଅର୍ଗସ ବ୍ୟୁରୋ: ବରଗଡ଼ର ଲାଇଫ ଲାଇନ ଜିରା ନଦୀ | ଏହି ନଦୀରୁ ବାଲି ଉଠାଇବା ପାଇଁ ନା ଅନୁମତି ଅଛି ନା ଏହି ଘାଟ ନିଲାମ ହୋଇଛି| ହେଲେ ଦେଖନ୍ତୁ କେମିତି ଚାଲିଛି ବାଲି ଚୋରା ଚାଲାଣ | ଲାଞ୍ଚ ଦେଇ ଚେରାରେ ବାଲି ଉଠାଉଛନ୍ତି ମାଫିଆ। ପରେ ସାଧାରଣ ଲୋକଙ୍କୁ ଚଢ଼ା ଦରରେ ବିକ୍ରି କରୁଥିବାର ଅଭିଯୋଗ ହୋଇଛି| ବାଲି ଉଠାଇବା ପାଇଁ ଏମାନଙ୍କ ପାଖରେ ଅନୁମତି ଅଛି ନା ନାହିଁ ପଚାରିଲେ କେହି ମୁହଁ ଖୋଲୁ ନାହାନ୍ତି | ଏବେ ଦେଖନ୍ତୁ ଜିଲ୍ଲାର ଭେଡେନ ବ୍ଲକ ଉଦେପୁର ପାଖରେ ଥିବା ଏହି ବାଲିର ପାହାଡ଼କୁ | ଚୋରା ଚାଲାଣ ବେଳେ ଧରାପଡ଼ିଥିବା ଏହି ବାଲି ନିଲାମ କରିବ ପ୍ରଶାସନ | ହେଲେ ତା ପୂର୍ବରୁ ରାତାରାତି ବିକ୍ରି ହୋଇଯାଉଛି ବାଲି | ସେପଟେ ପଦ୍ମପୁରରେ ମଧ୍ୟ ସମାନ ସ୍ଥିତି ଦିନ ଦିପହରେ ହେଉଛି ବାଲି ଚୋରା ଚାଲାଣ ।

ପୂର୍ବସରକାରଙ୍କ ମାଫିଆ ପ୍ରୀତି ପାଇଁ ଥମୁନି ବାଲି ଚୋରା ଚାଲାଣ | ପୂର୍ବରୁ ରାଜସ୍ବ ବିଭାଗ ପାଖରେ ଥିବା ଏହି ଦାୟିତ୍ୱକୁ ମାଇନିଂ ବିଭାଗକୁ ହସ୍ତାନ୍ତର କରିଥିଲେ ପୂର୍ବ ସରକାର | ଏବେ ମାଇନିଂ ବିଭାଗରେ ପ୍ରତି ଜିଲ୍ଲାରେ କେବଳ ଜଣେ ଅଫିସର | ବରଗଡ଼ରେ 128 ଘାଟ ଥିବା ବେଳେ ଜଣେ ମାଇନିଂ ଅଫିସର ରହିଛନ୍ତି | ଏପଟେ ଅଫିସରଙ୍କ ସାଙ୍ଘାତିକ ଅଭିଯୋଗ, ପୋଲିସଙ୍କୁ ରେଡ କରିବାକୁ ଖବର ଦେଲେ ମାଫିଆଙ୍କୁ ପୋଲିସ ହିଁ ସହଯୋଗ କାରି ଖସାଇ ଦେଉଛି | ସେପଟେ ରାଜସ୍ବ ବିଭାଗରୁ ମାଇନିଂ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ପରେ ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ | ଏହାସହ ଖୁବଶୀଘ୍ର ଓଡିଶା ବାଲିମାଫିଆ ମୁକ୍ତ ହେବବୋଲି କହିଛନ୍ତି ମନ୍ତ୍ରୀ | ବରଗଡ଼ରେ ଜୋରସୋରରେ ବଢ଼ିଚାଲିଛି ବାଲି ଚୋରାଚାଲାଣ। ହେଲେ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବେ କଣ ହାତ ବାନ୍ଧି ବସିଛନ୍ତି ପ୍ରଶାସନ ଓ ପୋଲିସ |

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sand loot, the administration is silent | Argus News