ଚୋରା ବାଲି ମାଫିଆଙ୍କୁ ପାନେ ଦେଲେ ଗ୍ରାମବାସୀ
·2 years ago·1 min read

ବାଲେଶ୍ୱର: ପ୍ରଶାସନ ପାରିଲାନି ଗ୍ରାମବାସୀ କରି ଦେଖାଇଲେ। ଚୋରା ବାଲି ମାଫିଆ ଙ୍କୁ ପାନେ ଦେଲେ ଏକତ୍ରିତ ଗ୍ରାମବାସୀ। ନୀଳଗିରି ଥାନା କାଠପାଳ ଗାଁ ମୁଣ୍ଡରେ ସୋନ ନଦୀରୁ ବେଆଇନ ବାଲି ଲୁଟ ନେଇ ବିଭିନ୍ନ ସମୟରେ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ପରେ ବି ବାଲି ମାଫିଆଙ୍କ ମନମାନି ଚାଲୁଥିଲା। ଗ୍ରାମବାସୀ ଙ୍କ ଅଭିଯୋଗ ଓ ବାରଣ ସତ୍ୱେ ବାଲି ମାଫିଆ ମାନେ ଗାଁ ମୁଣ୍ଡ ଖେଳ ପଡିଆକୁ ଖୋଳି ବାଲି ଲୁଟ କରୁଛନ୍ତି ମାଫିଆ।
ବାଲି ଲୁଟ ଯୋଗୁଁ ସୋନ ନଦୀରେ ବନ୍ୟା ଆସିଲେ ଗାଁ ପ୍ରତି ବିପଦ ଥିବା ଆଶଙ୍କା କରି ଆଜି ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ଲୁଟ ହେଉଥିବା ବେଳେ ପ୍ରତିବାଦ କରଥିଲେ। ଗ୍ରାମବାସୀଙ୍କୁ ଦେଖି ବାଲି ମାଫିଆ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳକୁ ଆସିନଥିଲେ। ଯଦି ବାଲି ଚୋରି ରୋକିବାରେ ପ୍ରଶାସନ ପଦକ୍ଷେପ ନନିଏ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ଗ୍ରାମବାସୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: