Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲି ଚୋରାଚାଲାଣ ବେଳେ ବାଲି ମାଫିଆ ଓ ଖଣି ଅଧିକାରୀ ମୁହାଁମୁହିଁ

Smruti Parija
Browse all articles by Smruti Parija
·2 years ago·1 min read
ବାଲି ଚୋରାଚାଲାଣ ବେଳେ ବାଲି ମାଫିଆ ଓ ଖଣି ଅଧିକାରୀ ମୁହାଁମୁହିଁ

ବ୍ରହ୍ମପୁର: ବାଲି ଚୋରାଚାଲାଣ ବେଳେ ମୁହାଁମୁହିଁ ହୋଇଛନ୍ତି ବାଲି ମାଫିଆ ଓ ଖଣି ଅଧିକାରୀ । ଚଢ଼ଉ ବେଳେ ଅଘଟଣ । ଜେସିବି ଡ୍ରାଇଭର ତରବରରେ ଜେସିବି ଛାଡି ଯିବାବେଳେ ଜେସିବି ବାଜିଲା ଖଣି ଅଧିକାରୀଙ୍କ ଗାଡ଼ିକୁ । ଅନ୍ୟପଟେ ଚଢ଼ାଉ କରିଥିବା ଖଣି ଅଧିକାରୀଙ୍କ ଗାଡ଼ି ଡ୍ରାଇଭରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଋଷିକୁଲ୍ୟା ପୋଲ ନିକଟ ନ‌ଦୀପଠାରେ ଶନିବାର ଏହି ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା । 

ଶନିବାର ବ୍ରହ୍ମପୁରରୁ ଇସ୍ପାତ ଓ ଖଣି ବିଭାଗ ଅଧିକାରୀ କୀର୍ତ୍ତିରଞ୍ଜନ ସେଠିଙ୍କ ନେତୃତ୍ବରେ ବିଭାଗୀୟ କର୍ମଚାରୀ, ସଶସ୍ତ୍ର ପୁଲିସ ସକାଳ ୭ଟା ବେଳେ ଚଢ଼ଉ କରିଥିଲେ । ଚଢ଼ଉ କରିବାକୁ ଯାଇଥିବା ଟିମ୍ ଜେସିବି ଓ କିଛି ଟ୍ରାକ୍ଟର୍‌ ଜବତ କରି ଥାନାକୁ ନେବା ବେଳେ ବାଲିମାଫିଆ ଓ ଗ୍ରାମବାସୀ ବଳପୂର୍ବକ ଅଟକାଇଥିଲେ । ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ସାଙ୍ଗକୁ ତାଙ୍କ ଗାଡ଼ି ଡ୍ରାଇଭର ବିକ୍ରମ ନାହାକଙ୍କୁ କେତେକ ଗ୍ରାମବାସୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଖଣି ଅଧିକାରୀ ଶ୍ରୀ ସେଠି । ଲୋକଙ୍କ ବିରୋଧ ଯୋଗୁଁ ବାଧ୍ୟ ହୋଇ ପୁଲିସ ଗାଡ଼ିରୁ ଓହ୍ଲାଇଯିବା ପରେ ମାଫିଆମାନେ ଜବତ ହୋଇଥିବା ଜେସିବିକୁ ନେଇ ଯାଇଥିଲେ । ଅନ୍ୟପକ୍ଷରେ ତୋଫାନ ଦାସ ନାମକ ଜଣେ ଯୁବକ ପୁଲିସ ପ୍ରଥମେ ତାଙ୍କୁ ମାଡ଼ ମାରିବା ପରେ ଏହିପରି ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ପାଲଟା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ଆଉ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଅପରାଧ ଖବର...
 

Sponsored
sand mafia and mining officials face off | Argus News