Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆନ୍ଧ୍ର- ଓଡ଼ିଶା ସୀମାନ୍ତରେ ବାଲି ମାଫିଆଙ୍କ ରାଜୁତି

Manini Pattanayak
Browse all articles by Manini Pattanayak
·1 year ago·2 min read
ଆନ୍ଧ୍ର- ଓଡ଼ିଶା ସୀମାନ୍ତରେ ବାଲି ମାଫିଆଙ୍କ ରାଜୁତି

ଭୁବନେଶ୍ୱର:  ଆନ୍ଧ୍ର- ଓଡ଼ିଶା ସୀମାନ୍ତରେ ବାଲି ମାଫିଆଙ୍କ ରାଜୁତି । ବେଧଡ଼କ ଭାବେ ଚାଲାଣ ହେଉଛି ଓଡ଼ିଶାର ବାଲି  । ଆନ୍ଧ୍ରକୁ ବାଲି ବୋହି ନେଉଛନ୍ତି ମାଫିଆ, ପ୍ରଶାସନ ନୀରବ ଦ୍ରଷ୍ଟା । କୁଳ ଲଂଘୁଛି ନାଗାବଳୀ ନଦୀ, ବିପଦ ଆଶଙ୍କାରେ ନଦୀ କୂଳିଆ ବାସିନ୍ଦା । ଅଭିଯୋଗ, ବେଆଇନ ବାଲି ଚାଲାଣ ପଛରେ ବିଜେଡି ନେତା । ରାୟଗଡ଼ା ଜିଲ୍ଲା ଆନ୍ଧ୍ର ପ୍ରଦେଶର ସୀମାବର୍ତ୍ତି ଅଞ୍ଚଳ । ଜିଲ୍ଲାରୁ ପ୍ରତିଦିନ ମାଳ ମାଳ ଟିପ୍ପର ସାହାଯ୍ୟରେ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ହେଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଦୀର୍ଘ ଦିନ ହେବ ବିଜେଡି ନେତା ଏଠୁ ବାଲି ଚୋରା ଚାଲାଣରେ ଲିପ୍ତ ଅଛନ୍ତି । ମେସିନ ଦ୍ବାରା ବାଲି ଉଠାଣ ଫଳରେ ନଦୀ ଶଯ୍ୟା ଚଉଡା ହୋଇ ଅତଡ଼ା ଖାଇଲାଣି । ଫଳରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି । ନଦୀ  ଗତିପଥ ବଦଳାଇ ଏବେ ଗାଁ ମୁହାଁ ହେଉଛି । ଆଉ ନଦୀ ଉପରେ ଭରସା କରୁଥିବା ଲୋକ ଏବେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । 

କେରେଡ଼ା, ହଂସା, ଖିଲିମିସିଗୁଡା, ପାର୍ତ୍ତାପୁରୁ ଓ ବେହେରାଗୁଡ଼ାରେ ରହିଛି ୫ଟି ବାଲି ଘାଟ । ଏଠି ଅନେକ ସ୍ଥାନରୁ ବାଲି ମାଫିଆ ମାନେ ଚୋରାରେ ବାଲି ଉଠାଣ କରୁଛନ୍ତି । ନାଗାବଳୀ ନଦୀର ରାଣୀଗୁଡା ନିକଟରେ ହାତୀ ପଥର ନାମକ ଜଳପ୍ରପାପ୍ତ ରହିଥିଲା । ଯାହା ଏକ ଦର୍ଶନୀୟ ସ୍ଥାନ ରୂପେ ବିବେଚିତ । ହେଲେ ଜିଲ୍ଲାର କିଛି ପ୍ରଭାବଶାଳୀ ବିଜେଡି ନେତା ଆନ୍ଧ୍ର ପୁଞ୍ଜିପତିଙ୍କ ସହ ମିଶି ୨୦୦୬ ମସିହାରେ ସେଠାରେ ବେଆଇନ ଭାବେ ଏକ ଇଲେକ୍ଟ୍ରିପାୱାର ପ୍ଲାଣ୍ଟ ବସାଇବା ନିମନ୍ତେ ବନ୍ଧ ବାନ୍ଧିଥିଲେ । ଫଳରେ ତାହା ଭାଙ୍ଗି ନଦୀର ଗତିପଥ ପରିବର୍ତ୍ତ ଘଟିଥିବା ମଧ୍ୟ ଅନ୍ୟ ଏକ କାରଣ । ସବୁ ଜାଣି ଚୁପ୍ ବସିଛି ପ୍ରଶାସନ । ଆଉ ଆଶା, ଆଶଙ୍କାରେ ଦିନ କାଟୁଛନ୍ତି ସ୍ଥାନୀୟ ଲୋକେ । ଏବେଠୁ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ, ସ୍ଥିତି ଆହୁରି ସାଙ୍ଘାତିକ ହେବା ଆଶଙ୍କା  ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sand mafia raids on Andhra-Odisha border | Argus News