ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା
·2 years ago

ଅର୍ଗସ ବ୍ୟୁରୋ: ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏକ ସୁନ୍ଦର ବାଲୁକାକଳା। ସୁଦର୍ଶନ ଏହି ବାଲୁକାକଳାରେ ପ୍ରାୟ 5 କୁଇଣ୍ଟାଲ ଆମ୍ବ ପ୍ରୟୋଗ କରିଛନ୍ତି। ବାଲୁକାକଳା ମାଧ୍ୟମରେ ଭୋଟର ମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏପରି ବାଲୁକାକଳା ନିର୍ମାଣ କରିଥିବା ମତ ରଖିଛନ୍ତି।
ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମିଲ ହେବା ସହ ମୂଲ୍ୟବାନ ଭୋଟ ପ୍ରଦାନ କରିବାକୁ ସୁଦର୍ଶନ ନିବେଦନ କରିଛନ୍ତି। ସୁଦର୍ଶନ ଓ ତାଙ୍କ ସାଥି କଳାକାର ମାନଙ୍କୁ ଏହି ବାଲୁକା କଳା ନିର୍ମାଣ ପାଇଁ ପ୍ରାୟ 5 ଘଣ୍ଟା ସମୟ ଲାଗିଥିବା ବେଳେ ଏହାକୁ ଦେଖି ପର୍ଯ୍ୟଟକ ମାନେ ପ୍ରଶଂସା କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: