ଲଘୁ ଖଣିଜ ଚୋରା ଚାଲାଣ, ବ୍ରେକ୍ ଦେବାରେ ବିଫଳ ସରକାର

ଅର୍ଗସ ବ୍ୟୁରୋ: ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବ୍ରେକ୍ ଦେବାରେ ସରକାର ବିଫଳ ହୋଇଛନ୍ତି । ଅସାଧୁ ସରକାରୀ କର୍ମଚାରୀଙ୍କ ମିଲିଭଗତରେ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଲୁଟ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ଅଞ୍ଚଳର ବଡବାଇକଳା ଗାଁର କାହ୍ନୁ ନଦୀ ଘାଟରେ ଦେଖିବାକୁ ମିଳିଛି । ଗୁରୁବାର ଦିନ ବାଲି ମାଫିଆ ମାନେ ନଦୀ ଘାଟରେ ମେସିନ ଲଗାଇ ହାଓୱା ସାହାଯ୍ୟରେ ନଦୀ ବାଲି ଚାଲାଣ କରୁଥିଲେ । ଏହା ଦେଖି ବଡବାଇକଳା ଗ୍ରାମବାସୀ ଏକତ୍ରିତ ଏହାର ବିରୋଧ କରିବା ସହ ମେସିନ ଓ ହାଇୱା ଗୁଡିକୁ ଅଟକାଇ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ହେଲେ ଦୀର୍ଘ ୪ ଘଣ୍ଟା କାଳ ଅପେକ୍ଷା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।
ଘଟଣା ସ୍ଥଳରୁ ୨ଟି ହାଇୱା ଓ ଗୋଟିଏ ଲୋଡର ମେସିନ ଜବତ କରିଥିବା ବେଳେ ଆଜି ଥାନାରେ ଗୋଟିଏ ହାଇୱା ରହିଥିଲା । ଗ୍ରାମବାସୀ ଙ୍କ କହିବା କଥା ପୂର୍ବରୁ ମଧ୍ୟ ପୋଲିସ କୁ ଅନେକ ଥର ଚୋରାଚାଲାଣ ଖବର ଦିଆଯାଇଥିଲେ ସୁଦ୍ଧା ପୋଲିସ କେବେ ହେଲେ ନଦୀଘାଟକୁ ଯାଏ ନାହିଁ କିମ୍ବା ବାଲିଚାଲାଣ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଏନାହିଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: