Videos
|
Odisha

ଦିନ ଦ୍ୱିପ୍ରହରରେ ବାଲି ଚୋରା ଚାଲାଣ, ଦୁଇଟି ବାଲିବୋଝେଇ ଟ୍ରାକ୍ଟର ଅଟକ

Banajyotshna Ray
Browse all articles by Banajyotshna Ray
·2 years ago
ଦିନ ଦ୍ୱିପ୍ରହରରେ ବାଲି ଚୋରା ଚାଲାଣ,  ଦୁଇଟି ବାଲିବୋଝେଇ ଟ୍ରାକ୍ଟର ଅଟକ

ଅର୍ଗସ ବ୍ୟୁରୋ: ଖଣି ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଭୁବନରେ ବେଧଡକରେ ଚାଲିଛି ଖଣିଜ ସଂପଦର ଚୋରା ଚାଲାଣ। ଦିନ ଦ୍ବିପ୍ରହରରେ ବାଲି ଚୋରା ଚାଲାଣ ବେଳେ ଦୁଇଟି ବାଲିବୋଝେଇ ଟ୍ରାକ୍ଟରକୁ ଧରିଛି ଭୁବନ ବନବିଭାଗ। ଗୋଟିଏ ଟ୍ରାକ୍ଟରକୁ ଭୁବନ ନିଳକଣ୍ଠପୁର ନିକଟରୁ ଧରିଥିବା ବେଳେ ଅନ୍ୟ ଟ୍ରାକ୍ଟରକୁ ଜିରାଳରୁ ଧରିଥିବା ବନବିଭାଗ ପକ୍ଷରୁ ଜଣାଯାଇଛି ।

ତେବେ ଟାକ୍ଟର ଦୁଇଟିକୁ ବନବିଭାଗ କାର୍ଯ୍ୟାଳୟ ପରିଷରରେ ଅଟକ ରଖି ବନବିଭାଗ ତଦନ୍ତ କରିଥିବା ବେଳେ ଗୋଟିଏ ନମ୍ବର ବିହିନ ଟ୍ରାକ୍ଟର ଥିବା ଦେଖିବାକୁ ମିଳିଛି । ତେବେ ବାଲିବୋଝେଇ ଟ୍ରାକ୍ଟର ଦୁଇଟିରେ ରୟାଲିଟି ପେପର୍ ନଥିବାରୁ ଗାଡିକୁ ଅଟକ ରଖିଥିବା କହିଛନ୍ତି ଭୁବନ ରେଞ୍ଜର ରାକେଶ କୁମାର ଦଳେଇ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sand smuggling in the afternoon, two sand-carrying tractors intercepted ​ | Argus News