Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସରପଞ୍ଚ ପାଉଥିଲେ ୨୩୫୦ ଟଙ୍କା  ଏବେ ପାଇବେ ୧୦ ହଜାର 

Odisha

ସରପଞ୍ଚ ପାଉଥିଲେ ୨୩୫୦ ଟଙ୍କା  ଏବେ ପାଇବେ ୧୦ ହଜାର 

Manini Pattanayak
Browse all articles by Manini Pattanayak
·2 years ago
ସରପଞ୍ଚ ପାଉଥିଲେ ୨୩୫୦ ଟଙ୍କା  ଏବେ ପାଇବେ ୧୦ ହଜାର 

ଭୁବନେଶ୍ୱର:  ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ  ପାରିତୋଷିକ ଭତ୍ତା ବଢିଲା।  ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି  କରାଯାଇଛି।  ଜିଲ୍ଲା  ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର, ଜିଲ୍ଲା ପରିଷଦ ଉପସଭାପତି  ମାସିକ ପାଇବେ  ୨୦ ହଜାର।  ସେହିପରି ଜିଲ୍ଲାପରିଷଦ ସଭ୍ୟ  ମାସିକ ପାଇବେ ୧୦ ହଜାର,  ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ମାସକୁ ପାଇବେ ୧୫ହଜାର।

ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଓ ସମିତି ସଭ୍ୟ ପାଇବେ ୭୫୦୦। ତେବେ ପୁର୍ବରୁ ସରପଞ୍ଚ ପାଉଥିଲେ ୨୩୫୦ କିନ୍ତୁ ଏବେ ପାଇବେ ମାସକୁ ୧୦ ହଜାର। ସେହିପରି  ନାଏବ ସରପଞ୍ଚ ପାଉଥିଲେ ୯୪୦ ଏବେ ପାଇବେ   ୪୦୦୦ ଟଙ୍କା।  ସରପଞ୍ଚ, ସମିତିସଭ୍ୟ, ଓ୍ୱାର୍ଡ ମେମ୍ବରଙ୍କ ଦୈନିକ ଭତ୍ତା ୪୮୦ କୁ ବୃଦ୍ଧି ପାଇଛି। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Sarapancha was earning 2350 rupees, now he will get 10 thousand | Argus News