Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲରେ ଗାଁର ଭ୍ରମ, ପୂଜା ପାଇଲେ ମା' ସରସ୍ୱତୀ

Smruti Parija
Browse all articles by Smruti Parija
·2 years ago·1 min read
ସ୍କୁଲରେ ଗାଁର ଭ୍ରମ, ପୂଜା ପାଇଲେ ମା' ସରସ୍ୱତୀ

ବଲାଙ୍ଗୀର: ଅବିକଳ ଗାଁ ପରିବେଶ । ଗାଡ଼ିଆ, କୁନି କୁନି ମାଟି ଘର, ଚାଳ ଘର,  କାଠ ତିଆରି ଛୋଟ ହଳ, ଗାଁ ମନ୍ଦିର, ଭାଗବତ ଟୁଙ୍ଗି, କୂଅ, ପୁଣି ଓଡ଼ିଆ ଘରର ଝୋଟି ଚିତା ଏ ସବୁରେ ଆଖି ଲାଗି ଯାଉଛି । ଲାଗୁଛି ଯେମିତି ଛୋଟ ପିଲା ଖେଳିବା ପାଇଁ ଏ ସବୁ କିଏ ତିଆରି କରିଛି । କିନ୍ତୁ ପ୍ରକୃତ କଥା ଟି ହେଉଛି ଏ ସବୁ ତିଆରି ହୋଇଛି ମା' ସରସ୍ୱତୀଙ୍କ ଆଗମନରେ । 

ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା, ସରକାରୀ  ଉଚ୍ଚ ବାଳିକା ଅନୁସୂଚୀତ ଜାତି ଓ ଜନଜାତୀ ବିଦ୍ୟାଳୟର ଛାତ୍ରୀ ମିଶି ଏ ସବୁ ତିଆରି କରିଛନ୍ତି । ସରସ୍ୱତୀଙ୍କ ପୂଜା ପାଇଁ ସ୍କୁଲର ପୂଜା ସ୍ଥାନକୁ ଗାଁ ଥିମ୍ ରେ ସଜାଇଛନ୍ତି । ଯାହାକି ସମସ୍ତଙ୍କୁ ବେଶ ଆକୃଷ୍ଟ କରୁଛି । ଗାଁ ପରିବେଶ କ'ଣ ? କେମିତି ? ଏ ସବୁକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏମିତି ଏକ ଛୋଟ ଗାଁ ର ମାହୋଲ ତିଆରି କରିଛୁ ବୋଲି ସ୍କୁଲର ଛାତ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
saraswati-puja-celebrated-in-Govt-girls- High -school- Saintala- Balangir | Argus News