Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୁଆଦିଆ ସରସତିଆ: ବାସ୍ନା ଯେମିତି, ସୁଆଦ ସେମିତି

Odisha

ସୁଆଦିଆ ସରସତିଆ: ବାସ୍ନା ଯେମିତି, ସୁଆଦ ସେମିତି

Manini Pattanayak
Browse all articles by Manini Pattanayak
·2 years ago·2 min read
ସୁଆଦିଆ ସରସତିଆ: ବାସ୍ନା ଯେମିତି, ସୁଆଦ ସେମିତି

 ସମ୍ବଲପୁର:  ଆପଣ ଦେଖୁଥିବା ଜାଲ ଭଳି ଦିଶୁଥିବା ତିନିକୋଣିଆ ମିଠା ଟି ସରସତିଆ  ବାସ୍ନା ଯେମିତି, ସୁଆଦ ସେମିତି। ଆପଣ ବି ପଡ଼ିଯିବେ ସରସତିଆ ପ୍ରେମରେ। ସରସତିଆର ଯାଦୁଗର ମିଞ୍ଚୁ କାକା।୧୫୦ ବର୍ଷରୁ ଉର୍ଦ୍ଧ ଦିନ ଧରି ତିଆରି କରିଆସୁଛନ୍ତି ସରସତିଆ। ଆଉ ଏହି ସରସତିଆ କୁ ଥରେ ଯିଏ ଖାଇଛି ସେ ତାର ମଜା ନେଇଛି... ସମ୍ବଲପୁର କୁଞ୍ଜେଲପଡା ବୁଢ଼ୀମା ଗଳିର ମିଞ୍ଚୁ କାକା ଓରଫ ପ୍ରଭୁଲାଲ ଗୁପ୍ତାଙ୍କ ଦୋକାନରେ ମିଳୁଛି ସରସତିଆ। ପ୍ରଭୁଲାଲ ଗୁପ୍ତା ଓ ତାଙ୍କ ପତ୍ନୀ ପ୍ରସ୍ତୁତ କରିଥାନ୍ତି  ସରସତିଆ।  । ଏହା କୌଣସି ଛେନା, କ୍ଷିର ନା ଅନ୍ୟ କୌଣସି ଫ୍ୟାଟ ଜାତୀୟ ଦ୍ରବ୍ୟ ରୁ ତିଆରି ହୋଇନଥାଏ।  ଗଞ୍ଜେର ନାମକ ଏକ ଗଛର ଅଠାରୁ ତିଆରି ହୋଇଥାଏ ସରସତିଆ । ଗଞ୍ଜେର ଗଛର କାଠି ସଂଗ୍ରହ କରି ତାକୁ ପାଣିରେ ବତୁରାଇବା ପରେ ସେଥିରୁ ଏକ ଅଠା ଭଳି ପଦାର୍ଥ ବାହାରେ ଯାହାକୁ ଚାଉଳ ଚୂନାରେ ମିଶାଇ ଅଳ୍ପ ଚିନି ଦେଇ ସରସତିଆ ପ୍ରସ୍ତୁତ କରାଯାଇଥାଏ। ପ୍ରଥମ କରି ସରସ୍ବତୀ ପୂଜା ଦିନ ଏହା ତିଆରି ହୋଇଥିବାରୁ ଏହାର ନାମ ‘ସରସତିଆ’ ରଖାଯାଇଥିବା ବେଳେ ଏହାର ଦାମ ମାତ୍ର ୧୦ ଟଙ୍କା। ତେଣୁ ଏହି ମିଠାକୁ ଖାଇବାକୁ ସକାଳୁ ଜମିଥାଏ ପ୍ରଭୁଲାଲ ଙ୍କ ଦୋକାନ ରେ ଭିଡ ।
 
ପ୍ରଭୁଲାଲ ଗୁପ୍ତା  ହି କାମ ପାଇଁ ସେ କୌଣସି ପିଲା ରଖିନଥିବା ବେଳେ ତାଙ୍କ ପରିବାର ଲୋକ ମିଶି ପ୍ରସ୍ତୁତ କରିଥାନ୍ତି  ।  ପ୍ରଭୁଲାଲ ଙ୍କ କହିବା ମୁତାବକ ଦେଶ ବିଦେଶରେ ରହିଛି ଏହାର ଚାହିଦା ।ଆଉ ଗଞ୍ଜେର ଗଛ ଅଠାରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାକୁ ସମସ୍ତେ ଖାଇ ପାରିବେ ଏପରିକି ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇ ପାରିବେ।ସମ୍ବଲପୁର ଛଡା ଏହି ମିଠା ଅନ୍ୟ କେଉଁଠି ମିଳୁନଥିବା ବେଳେ ଏହି ପ୍ରସିଦ୍ଧ ସରସତିଆ ମିଠାକୁ ଜିଆଇ ଟ୍ୟାଗ ମାନ୍ୟତା ମିଲୁ ବୋଲି ଦାବି କରିଛନ୍ତି। ଭାଷା ସଂସ୍କୃତି ଓ ସମ୍ବଲପୁରୀ ବସ୍ତ୍ର ସାଙ୍ଗକୁ ସମ୍ବଲପୁର ସହରର ଆଉ ଏକ ପରିଚୟ ସାଜିଛି ସରସତିଆ । ଯିଏ ଥରେ ଖାଇଛି ଏହାର ମଜା ନେଇଛି।
 ଅଧିକ ପଢନ୍ତୁ ଓଡ଼ିଶା ଖବର   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
saraswatia sweet in available sambalpur | Argus News