Videos
|
Odisha

Sarathi Birthday Celebration / ଧୁମ୍‌ଧାମ୍‌ରେ ସାରଥୀଙ୍କ ଜନ୍ମଦିନ ପାଳିଲେ ଭକ୍ତ, ଫଟୋରେ କ୍ଷୀର ଓ ମହୁରେ ଧୋଇଲେ ପାଦ

Bikash Mohanty
Browse all articles by Bikash Mohanty
·58 mins ago·1 min read
ଧୁମ୍‌ଧାମ୍‌ରେ ସାରଥୀଙ୍କ ଜନ୍ମଦିନ ପାଳିଲେ ଭକ୍ତ, ଫଟୋରେ କ୍ଷୀର ଓ ମହୁରେ ଧୋଇଲେ ପାଦ
Sarathi

Key Points

ଧୁମ୍‌ଧାମ୍‌ରେ ସାରଥୀଙ୍କ ଜନ୍ମଦିନ ପାଳିଲେ ଭକ୍ତ
ଫଟୋରେ କ୍ଷୀର ଓ ମହୁରେ ଧୋଇଲେ ପାଦ
ରାଜଧାନୀ ଭୂବନେଶ୍ବରରେ ପାଳନ ହେଲା ସାରଥୀଙ୍କ ଜନ୍ମଦିନ
ଭୂବନେଶ୍ବର: ପୁଣି ଚର୍ଚ୍ଚାରେ ବାବା ସାରଥୀ। ଧୁମ୍‌ଧାମ୍‌ରେ ପାଳନ ହେଲା ବାବା ସାରଥୀଙ୍କ ଜନ୍ମଦିନ। ଜନ୍ମଦିନ ପାଳନ ପାଇଁ ଏକାଠି ହେଲେ ସାରଥୀଙ୍କ ଭକ୍ତ। । ଭକ୍ତି ଓ ଉତ୍ସାହର ସହ ଜନ୍ମଦିନ ପାଳନ କରିବା ସହ ବାବାଙ୍କ ଫଟୋ ରଖି କଲେ ପୂଜାର୍ଚ୍ଚନା।

ଭୁବନେଶ୍ୱର ବିମାନବନ୍ଦର ଅଞ୍ଚଳରେ ଏକାଠି ହୋଇଥିଲେ ସାରଥୀଙ୍କ ଭକ୍ତ। ବାବାଙ୍କ ଫଟୋକୁ ସ୍ଥାପନ କରି ଧୂପ, ଦୀପ ଓ ଚନ୍ଦନ ଲଗାଇ ପୂଜା କରିଥିଲେ। ଏପରିକି କ୍ଷୀର ଓ ମହୁରେ ପାଦ ଧୋଇବା ସହ ଚନ୍ଦନ ଲଗାଇଥିଲେ ଭକ୍ତ। କେବଳ ପୂଜାର୍ଚ୍ଚନା ନୁହେଁ, ଭଜନ କୀର୍ତ୍ତନରେ ମଧ୍ୟ ମତୁଆଲା ହୋଇଥିଲେ ଭକ୍ତ। ବାବାଙ୍କ ଜୟଗାନ କରିବା ସହ ଭଜନର ତାଳେ ତାଳେ ଝୁମିଥିଲେ। ଜନ୍ମଦିନ ପାଳନକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

ପଢନ୍ତୁ ଏହି ଖବର: ପ୍ରେମ ନାଁରେ ଠକେଇ ! ବିବାହର ସ୍ୱପ୍ନ ଦେଖାଇ ୫ ଲକ୍ଷ ଲୁଟ୍ ଅଭିଯୋଗ

ବାବା ସାରଥୀଙ୍କ ଫଟୋ ସାମ୍ନାରେ ମୁଣ୍ଡ ନୁଆଁଇ ଶ୍ରଦ୍ଧା ଜଣାଇଥିଲେ ଭକ୍ତ।  ସାରଥୀଙ୍କ ଏହି ଜନ୍ମଦିନ ପାଳନର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବାବା ସାରଥୀଙ୍କ ଜନ୍ମଦିନ ପାଳନକୁ ନେଇ ଭକ୍ତଙ୍କ ଏଭଳି ଆୟୋଜନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories