Sarathi Death Case / ସାରଥୀଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ହ୍ଵାଟ୍ସଆପ ଗ୍ରୁପ ଚାଟ୍
·6 months ago·2 min read

Key Points
ଜେଲ ୱାର୍ଡର ସାରଥୀ ପ୍ରଧାନଙ୍କ ମୃତ୍ୟୁ ଘଟଣା
ସାମ୍ନାକୁ ଆସିଲା ହ୍ଵାଟ୍ସଆପ ଗ୍ରୁପ ଚାଟ୍
ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ
ସନ୍ଦେହରେ ପତ୍ନୀ

କେମିତି ହେଲା ନୟାଗଡ଼ ଜେଲ ୱାର୍ଡର ସାରଥୀ ପ୍ରଧାନଙ୍କ ମୃତ୍ୟୁ | ହତ୍ୟା ନା ଆତ୍ମହତ୍ୟା | ସନ୍ଦେହ ଘେରରେ ସାରଥୀଙ୍କ ପତ୍ନୀ | ହତ୍ୟା ଅଭିଯୋଗ ଆଣିଲେ ସାରଥୀଙ୍କ ପରିବାର ଲୋକେ |
ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ସଙ୍ଗୀନ ଅଭିଯୋଗ ଆଣିଲେ ସାରଥୀ ଙ୍କ ପୁତୁରା ଓ ଭଣଜା | ସେପଟେ ସନ୍ଦେହ କୁ ଆହୁରି ଖୁରାକ ଜୁଟାଇଛି ହ୍ଵାଟ୍ସଆପ ଗ୍ରୁପ ଚାଟ | ଯେଉଁ ହ୍ଵାଟ୍ସଆପ ଗ୍ରୁପ ଅନେକ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଯେଉଁଥିରେ ସାରଥୀ ଭାଇ ବୋଲି ଲେଖା ଯାଇଛି | ଆଉ ମଧ୍ୟ ଲେଖା ଯାଇଛି ମୋ ସ୍ତ୍ରୀ ମୋତେ ବିଷ ଦେଇ ମାରିଦେବାକୁ ଚେଷ୍ଟା କରୁଛି |
ମଙ୍ଗଳବାର ଦିନ ଏହି ମେସେଜ ଆସିଛି ଗ୍ରୁପରେ ଏବଂ ଶୁକୃବାର ଝାରପଡା ଜେଲ ଷ୍ଟାପ କ୍ଵାଟରରୁ ସାରଥୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଉଛି | ଏହାକୁ ନେଇ ସାରଥୀଙ୍କ ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି | ଲକ୍ଷ୍ମୀସାଗର ଥାନା ପୋଲିସ ଏହାକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ସବ ବ୍ୟବଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି |
ଗତ ଦୁଇବର୍ଷ ହେବ ଝାରପଡା ଜେଲରୁ ନୟାଗଡ଼ ଜେଲକୁ ବଦଳି ହୋଇଥିଲେ | ହେଲେ ଝାରପଡା ଜେଲ ଷ୍ଟାପ କ୍ଵାଟରରେ ତାଙ୍କ ପତ୍ନୀ, ପୁଅ ଓ ଝିଅ ରହୁଥିଲେ | ସୋମବାର ଦିନ ହୋଲି ଛୁଟିରେ ସାରଥୀ ଝାରପଡା କ୍ଵାଟର୍ସକୁ ଆସୁଥିଲେ | କୌଣସି କାରଣକୁ ନେଇ ଉଭୟ ପତି ପତ୍ନୀ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ଶୁକୃବାର ଦିନ ସାରଥୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା |

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଶା ବେପାରୀଙ୍କୁ ଚେତାବନି, ଅବୈଧ ଘର ଭାଙ୍ଗିଲା ବୁଲଡୋଜର
କିନ୍ତୁ ସାରଥୀଙ୍କ ଆତ୍ମହତ୍ୟା କୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି | ସାରଥୀଙ୍କ ଭଣଜା କହିଛନ୍ତି ସାରଥୀ କିଛିଦିନ ତଳେ ଘର ତିଆରି ପାଇଁ ହାଉସ ବିଲଡିଂ ଲୋନ 9ଲକ୍ଷ ଟଙ୍କା ଉଠାଇଥିଲେ | ଟଙ୍କା ସବୁକୁ ଘରେ ଘରେ ରଖିଥିବା ବେଳେ ନମିଳିବାରୁ ମାମୁଁ ମାଇଁଙ୍କ ମଧ୍ୟରେ ଝଗଡା ହେଉଥିଲା | ଯେଉଁଥିପାଇଁ ମାମୁଁ ଙ୍କ ଜିବନ ପ୍ରତି ବିପଦ ଥିବା କହୁଥିଲେ ସାରଥୀ |
ତେବେ ଏଥି ପ୍ରଶ୍ନ ଉଠୁଛି ଦୁଇ ବର୍ଷ ହେବ ନୟାଗଡ଼ ଜେଲ କୁ ବଦଳି ହୋଇଥିଲେ ସୁଦ୍ଧା କାହିଁକି ଝାରପଡା ଜେଲ କ୍ଵାଟର ରେ ରହୁଥିଲେ ସାରଥୀ? ସାରଥୀ କୌଣସି ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ କି? 9ଲକ୍ଷ ଟଙ୍କା ଗଲା କୁଆଡେ? କାହିଁକି ହ୍ଵାଟ୍ସଆପ ଗ୍ରୁପରେ ସ୍ତ୍ରୀ ବିଷ ଦେଇ ମାରିବାକୁ ଚେଷ୍ଟା କରୁଥିବା କଥା କହୁଥିଲେ? ଏମିତି ଅନେକ ତମାମ ପ୍ରଶ୍ନ ର ଉତ୍ତର ଖୋଜୁଛି ପୋଲିସ |
ସେପଟେ ସାରଥୀ ପ୍ରଧାନ ଙ୍କ ପୋଷ୍ଟ ମୋଟମ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି |

Related Topics
Explore more stories