Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରକାରୀ ସହାୟତା ଅପେକ୍ଷାରେ ସର୍ଗିପାନି ଗାଁ

Odisha

ସରକାରୀ ସହାୟତା ଅପେକ୍ଷାରେ ସର୍ଗିପାନି ଗାଁ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସରକାରୀ ସହାୟତା ଅପେକ୍ଷାରେ ସର୍ଗିପାନି ଗାଁ

ଅର୍ଗସ ବ୍ୟୁରୋ: ଆମପାଣି ପଂଚାୟତର ସର୍ଗିପାନି ଗାଁ । ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଏହି ଗାଁ କୁ ଯିବାକୁ ହେଲେ ଭଲ ରାସ୍ତା ନଥିବାରୁ ଜଙ୍ଗଲ ମଧ୍ୟରେ ଥିବା ଆବୁଡ ଖାବୁଡ ରାସ୍ତାରେ ଅତି ଦୟନୀୟ ଅବସ୍ଥାରେ ଯାତାୟତ କରିଥାନ୍ତି । ଅନେକ ସମୟରେ ଏହି ରାସ୍ତାରେ ଯିବା ଅସିବା ସମୟରେ ଦୁର୍ଘଟଣା ହୋଇ ଜୀବନ ହାନି ହେଉଥିବା ଅଭିଯୋଗ କରିଛନ୍ତି । ଗାଁ ରେ ଜନନୀ ଯନ୍ତ୍ରଣା ହେଲେ ଗାଁ କୁ ଆମ୍ବୁଲାନ୍ସ ଯିବା ଅସମ୍ଭବ ହେଉଥିବା ଯୋଗୁଁ ଖଟିଆରେ ବୋହି ମୁଖ୍ୟ ରାସ୍ତାରେ ଆମ୍ବୁଲାନ୍ସ କୁ ଅଣାଯାଏ । ଏପରିକି ରାସନ ସାମଗ୍ରୀ ପାଇଁ ମଧ୍ୟ ଆମପାଣି ପଂଚାୟତକୁ ଆସିବା କଷ୍ଟକର ହେଉଥିବା ଗ୍ରାମାବାସୀ ପ୍ରକାଶ କରିଛନ୍ତି । ଏମାନଙ୍କ ପାଇଁ ବିଜୁଳି ଆଲୁଅ ମଧ୍ୟ ସାତସପନ ହୋଇ ରହିଛି । ଜଙ୍ଗଲ ଜାତୀୟ ଦ୍ରବ୍ୟ ସଂଗ୍ରହ କରିବା ସହିତ ବିଭିନ୍ନ ଚାଷ କରି ନିଜର ଗୁଜୁରାଣ ମେଂଟାଇ ଥାନ୍ତି । ଏମିତିରେ ରାସ୍ତା ସହ ବିଜୁଳି ଆଲୁଅ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ ।

ଗାଁରେ ପାନୀୟ ଜଳ ପାଇଁ ନଳକୁପ ନଥିବାରୁ ଗ୍ରାମବାସୀ ଗାଁ ପାଖରେ ଥିବା ନାଳରୁ ଦୁଷିତ ପାଣି ସଂଗ୍ରହ କରିବା ସହିତ ତାକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ସହିତ ରୋଷେଇ ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଏହି ଦୁଷିତ ପାଣି ଯୋଗୁଁ ଅନେକ ସମୟରେ ଗ୍ରାମବାସୀ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ କରିଛନ୍ତି । ତେବେ ସର୍ଗିପାନି ଗାଁ ର ବିଜୁଳି, ରାସ୍ତା ଏବଂ ପାନୀୟ ଜଳର ବ୍ୟବସ୍ଥା ପାଇଁ ସ୍ଥାନୀୟ ବିଧାୟକ ମୌଷଧି ବାଗଙ୍କୁ ଯୋଗାଯୋଗ କରିବା ପରେ ସେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।

ସରକାର ତୁରନ୍ତ ଦୃଷ୍ଟି ଦେଇ ସର୍ଗିପାନୀ ଗ୍ରାମବାସୀଙ୍କ ପାଇଁ ବିଜୁଳି ରାସ୍ତା ପାନୀୟ ଜଳର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଦୁଷିତ ପାଣି ଏବଂ ବିପଦସଂକୁଳ ରାସ୍ତା ପାଇଁ ଅନେକ ଗ୍ରାମବାସୀଙ୍କ ଜୀବନହାନି ହେବ ଏଥିରେ ସନ୍ଦେହ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus Whatsapp Channel Mobile Top
Sponsored
Sargipani village waiting for government assistance | Argus News