Videos
|
Odisha

ବିଜେଡି ରାଜ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସରୋଜ ସାହୁ 

Smruti Parija
Browse all articles by Smruti Parija
·2 years ago·1 min read
ବିଜେଡି ରାଜ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସରୋଜ ସାହୁ 

ନୂଆପଡା:  ବିଜେଡିକୁ ପୁଣି ଝଟକା । ବିଜେଡି ରାଜ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ପଦରୁ ଇସ୍ତଫା ସହ ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ଆଜି ବିଦ୍ଧି ବଦ୍ଧ ଭାବେ ସେ ଇସ୍ତଫା ପତ୍ର ଦଳର ସୁପ୍ରିମୋକୁ ଇମେଲ ଯୋଗେ ପଠେଇଛନ୍ତି ।

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ କରି ଦେଲେ ଇସ୍ତଫା । ପୂର୍ବରୁ ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାଁରେ ଦୁର୍ନୀତି ଏବଂ ପିସି କାରବାରରେ ଲିପ୍ତ ଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇ ଥିଲେ ସରୋଜ ସାହୁ । ଇମେଲ ଯୋଗେ ଇସ୍ତଫା ପତ୍ର ପଠାଇବା ସହ ମନ୍ତ୍ରୀଙ୍କ ବିରୋଧରେ 11 ଦଫା ସମ୍ବଳିତ ଦାବିପତ୍ର ମଧ୍ୟ ପଠାଇଛନ୍ତି । 

ପୂର୍ବରୁ ସରୋଜ ସାହୁ ବିଜେଡି ଦଳରେ କାମ କରି ସଂଗଠନକୁ ମଜବୁତ କରିଥିଲେ । ରାଜେନ୍ଦ୍ର ଢୋଲକିଆ ତାଙ୍କୁ ଧୋକା ଦେବା ସହ ଉଚିତ ସମ୍ମାନ ଦେଇନଥିବାରୁ ଆଜି ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ସରୋଜ ସାହୁ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: