ସରପଞ୍ଚଙ୍କ ଷ୍ଟାମ୍ପ ଓ ନକଲି ଦସ୍ତଖତ କରୁଥିବାବେଳେ ଧରିଲା ପୋଲିସ
·1 year ago

ଅର୍ଗସ ବ୍ୟୁରୋ: ସରପଞ୍ଚଙ୍କ ଷ୍ଟାମ୍ପ ଓ ଦସ୍ତଖତ ନକଲି କରି ଆଧାର କାର୍ଡ ସଂଶୋଧନ ହେଉଥିବା ବେଳେ ଯୁବକ ଅଟକ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ବଜାର ଗ୍ରାମ୍ୟ ବ୍ୟାଙ୍କ ନିକଟରେ ପଦ୍ମନାଭ ମହାନ୍ତି । ନିଜର ଜନସେବା କେନ୍ଦ୍ରରେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକଙ୍କ ଦସ୍ତଖତ ଓ ଷ୍ଟାମ୍ପକୁ ନକଲ କରି ଆଧାର କାର୍ଡ ସଂଶୋଧନ କରୁଥିବା ଅଭିଯୋଗ ହୋଇଛି । ଏନେଇ ସରପଞ୍ଚ ଜଣକ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜନସେବା କେନ୍ଦ୍ରକୁ ସିଜ୍ କରିବା ସହ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
