Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାତୀୟ ସ୍ତରୀୟ IIMCAA 2024 ସମ୍ମାନରେ ସମ୍ମାନିତ ହେଲେ ଶତରୂପା ସାମନ୍ତରାୟ

Manini Pattanayak
Browse all articles by Manini Pattanayak
·1 year ago·1 min read
ଜାତୀୟ ସ୍ତରୀୟ IIMCAA 2024 ସମ୍ମାନରେ ସମ୍ମାନିତ ହେଲେ ଶତରୂପା ସାମନ୍ତରାୟ

 ଭୁବନେଶ୍ୱର:  ଜାତୀୟ ସ୍ତରୀୟ IIMCAA 2024 ସମ୍ମାନରେ ସମ୍ମାନିତ ହେଲେ ଅର୍ଗସର special correspondence ଶତରୂପା ସାମନ୍ତରାୟ ।  ଦିଲ୍ଲୀର ଏକ ହୋଟେଲରେ ଚଳିତବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  ସର୍ବମୋଟ 11 ଜଣଙ୍କୁ ବିଭିନ୍ନ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଶତରୂପାଙ୍କୁ Indian language reporter of the year (Broadcast) ସମ୍ମାନରେ ସମ୍ମାନିତ  କରାଯାଇଛି। ଶତରୂପା,  ନମିତା ଭୋଇ ଓ ସୁନିତା ମାଝୀ ଦୁଇ ଜାତୀୟ ଖେଳାଳୀ କିଭଳି ସଂଘର୍ଷ ରେ ଜୀବନ କାଟୁଥିଲେ ସେହି ଖବରକୁ ଅର୍ଗସ ପ୍ରସାରିତ କରିଥିଲେ। ଖବର ଦେଖିବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଥିଲା ଏବଂ ଉଭୟଙ୍କୁ ଚାକିରୀ ପ୍ରଦାନ କରାଯାଇଥିଲା।  ଏହି ଖବର ପାଇଁ ଶତରୂପାଙ୍କୁ ସମ୍ମାନିତ କରାଯାଇଛି । ସେ ଏହି ପୁରସ୍କାରର ଶ୍ରେୟ ପୁରା ଅର୍ଗସ ପରିବାରଙ୍କୁ ଦେବା ସହ ଭିଡିଓ ଜର୍ଣ୍ଣାଲିଷ୍ଟ ସୁମନ୍ତ ସାହୁ ଓ ଉମେଶ ମହାରଣାଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି।

 ଶତରୂପା ସାମନ୍ତରାୟ  ଜଣେ ନିର୍ଭିକ ଏବଂ ସାହସୀ ସାମ୍ବାଦିକା ।  ଯେକୌଣସି ପରିସ୍ଥିତି ହେଉ ନା କାହିଁକି ସାମ୍ବାଦିକତା କାର୍ଯ୍ୟରୁ ନିବୃତ ହୁଅନ୍ତି ନାହିଁ ।  ବିଭିନ୍ନ ଅସମ୍ଭବ ଚ୍ୟାଲେଞ୍ଜକୁ ଗ୍ରହଣ କରି ସତ୍ୟାସତ୍ୟ ଖବର ଲୋକଲୋଚନକୁ ଆଣି ସେ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି ।  ଦୁର୍ଗମ ଅଞ୍ଚଳକୁ ଯାଇ  ଲୋକଙ୍କ  ବିଭିନ୍ନ ସମସ୍ୟାକୁ  ଲୋକଲୋଚନ ଏବଂ ସରକାରଙ୍କ ନଜରକୁ ଆଣିଥାନ୍ତି।  ଓଡ଼ିଶାର ମହିଳା ସାମ୍ବାଦିକଙ୍କ ମଧ୍ୟରେ  ଶତରୂପା ଜଣେ ସାହାସୀ ସାମ୍ବାଦିକା ଭାବେ ବେଶ ଜଣାଶୁଣା। ତାଙ୍କର ପ୍ରତ୍ୟେକ ରିପୋର୍ଟିଂ ଚ୍ୟାଲେଞ୍ଜପୂର୍ଣ୍ଣ ।  ଏଥିପାଇଁ  ଏବେ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Satarupa samantaraywas honored with the national level IIMCAA 2024 | Argus News