Videos
|
Odisha

ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ

ଭୁବନେଶ୍ବର : ଚେସ ବିଶ୍ବକପରେ ବ୍ରୋଞ୍ଜ ମେଡାଲ ଜିତିଲେ ଓଡ଼ିଆ ପୁଅ ସାତ୍ତ୍ଵିକ ସ୍ବାଇଁ। ଜର୍ଜିଆରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଅଣ୍ଡର 8, ଅଣ୍ଡର 10 ଓ ଅଣ୍ଡର 12 ଫିଡେ ଚେସ ବିଶ୍ବକପରେ ଅଂଶଗ୍ରହଣ କରି ଅଣ୍ଡର 8 ବିଭାଗରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ପୂର୍ବରୁ ଜାତୀୟ ସ୍ତରରେ ଅନେକ ପଦକ ଜିତିବା ପରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତି ସୁନାମ ଅର୍ଜନ କରିଛନ୍ତି।

ଅଧିକ ପଢନ୍ତୁ କ୍ରୀଡା ଖବର

ତେବେ ସାତ୍ତ୍ଵିକ 1567 ପଏଣ୍ଟ ହାସଲ କରି ଆଜାଦ ଖୁଦୁଜା ଦେଙ୍କୁ ପରାସ୍ତ କରି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ତେବେ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଂଚିବା ପରେ ନିଜ ପ୍ରଦର୍ଶନକୁ ନେଇ ଖୁସିଥିବା କହିଛନ୍ତି ସାତ୍ତ୍ଵିକ। ପୁଅର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସାତ୍ତ୍ଵିକଙ୍କ ବାପା ମା । ସେପଟେ ସାତ୍ତ୍ଵିକ ପଢ଼ୁଥୁବା ଡିଏଭି ସ୍କୁଲର ଶିକ୍ଷକ ଏବଂ ଚେସ୍ ଆସୋସିଏସନର ସଦସ୍ୟ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Satwik, Odia's son, won the bronze medal in the World Chess Championship | Argus News