Ollywood Actor / ଓଲିଉଡର ଜଣାଶୁଣା ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ

Key Points
ଓଲିଉଡର ଜଣାଶୁଣା ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ।
ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଧମକ... ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ବିବାଦ ହୋଇଥିବା ଅନୁମାନ । ସାତ୍ୟକୀଙ୍କ ବୃଦ୍ଧ ପିତାଙ୍କୁ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ମିଳିଛି । ସାତ୍ୟକୀ ମିଶ୍ରଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଅଭିଯୋଗ । ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ କଟକ ଡିସିପିଙ୍କୁ ଭେଟିଲେ ସାତ୍ୟକୀ । କଟକ ଷ୍ଟୁଡେଣ୍ଟ ଷ୍ଟୋରର ମାଲିକାନାକୁ ନେଇ ଲାଗିରହିଛି ପାରିବାରିକ କଳହ ।
ସୂଚନାନୁଯାୟୀ ଓଲିଉଡର ଜଣାଶୁଣା ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ । ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ଏହି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଦାବୀ କରି ସାତ୍ୟକୀ ମିଶ୍ର କଟକ ଡିସିପିଙ୍କୁ ଭେଟି ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ତାଙ୍କର ଦୁଇ ବଡ଼ବାପାଙ୍କ ପୁଅ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ଏହି ସଂସ୍ଥାକୁ ବେଆଇନ ଭାବେ ଅକ୍ତିଆର ଚେଷ୍ଟା କରୁଛନ୍ତି । ଗତ ୬ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ସତ୍ୟକୀଙ୍କ ଘରେ ପଶି ତାଙ୍କର ୮୪ ବର୍ଷୀୟ ବୃଦ୍ଧ ପିତା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।
Also Read: ରାଜଧାନୀରେ ଚାଞ୍ଚଲ୍ୟ; ଓଭରବ୍ରିଜ୍ ଉପରେ ଛିଡ଼ା ହୋଇଥିବା କାର୍ରୁ ମିଳିଲା ମହିଳାଙ୍କ ସହ ୩ ମୃତଦେହ
ଏଥିସହ ଘରର ମହିଳାମାନଙ୍କ ପ୍ରତି ମଧ୍ୟ ଅଶୋଭନୀୟ ଆଚରଣ କରାଯାଇଥିବା ସେ ଦର୍ଶାଇଛନ୍ତି। ଏ ନେଇ ସେ ପୁରୀଘାଟ ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ସାତ୍ୟକୀ ମିଶ୍ର କଟକ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାତ୍ୟକୀଙ୍କ ଅଭିଯୋଗନେଇ ସବ୍ୟସାଚୀ କିମ୍ବା ସୌମିତ୍ରୀଙ୍କ ପ୍ରତି୍ରକିୟା ମିଳିପାରି ନାହିଁ । କଟକର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ର ମାଲିକାନାକୁ ନେଇ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଛି।
📱 Get Argus News App
✨Related Topics
Explore more stories