Videos
|
Odisha

କମ୍ପାନୀ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦେଲେ ସେବାୟତ

Smruti Parija
Browse all articles by Smruti Parija
·2 years ago·1 min read
କମ୍ପାନୀ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦେଲେ ସେବାୟତ

ପୁରୀ:  ଅନଲାଇନ୍ ମାର୍କେଟିଙ୍ଗ କମ୍ପାନୀ ଆମାଜନ୍ ନାଁରେ ସିଂହଦ୍ୱାର ଥାନାରେ ଏତଲା ଦେଲେ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ତେବେ ଆମାଜନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ନାଁରେ ହେଉଛି ଠକେଇ । ଆଉ ଲୋକଙ୍କୁ ଶ୍ରୀମନ୍ଦିରର କହି ଠକୁଛି ଅନଲାଇନ୍ ମାର୍କେଟିଂ କମ୍ପାନୀ । ଏହା ଭକ୍ତଙ୍କ ଭାବାବେଗ ସହ କୁଠାରଘାତ କରୁଛି ।

ଆଉ ଶ୍ରୀମନ୍ଦିର ଆଇନକୁ ମଧ୍ୟ ଉଲଂଘନ କରିଛି । ଆଉ ପୂର୍ବରୁ ମଧ୍ୟ ଏହା ଆମାଜନ ଏଭଳି  କରିଥିଲେ ପୁଣି ଆମାଜନ୍ ର ମନମାନି ।‌ ଅନଲାଇନରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ଖଜା ଓ ତୁଳସୀ ବିକ୍ରୀ କରୁଥିବା ନେଇ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ଛାମୁ ଖୁଣ୍ଟିଆ ନିଯୋଗ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଦେଇଛନ୍ତି ଏତଲା । ବିନା ଅନୁମତିରେ ଅନଲାଇନରେ ଏଭଳି ବିକ୍ରି କରିବା ବେଆଇନ୍ । ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । 

ସେପଟେ ପୂର୍ବରୁ ମଧ୍ୟ ଉତ୍ସବ ଆପ ଓ ସାଲିଗ୍ରାମ ଶିଳା ଏଭଳି କରିଥିବା ବେଳେ ତା ନାଁ ରେ ବି ମାମଲା ରୁଜୁ କରିଥିଲେ ।ଆଉ ଏବେ ଆମାଜନ 799 ଟଙ୍କାରେ ଏହା ବିକ୍ରି କରୁଥିବା ବେଳେ ସେ ନେଇ ଏତେଲା ଦେଇଛନ୍ତି ସେବାୟତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...


 

saviators-compliant-against-shopping-app-amazon-for-selling-duplicate-nirmalya-and-tulsi | Argus News