Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିବିଆଇ ପରେ ଏବେ ଇଡିର ଏଣ୍ଟ୍ରି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସିବିଆଇ ପରେ ଏବେ ଇଡିର ଏଣ୍ଟ୍ରି

ଅର୍ଗସ ବ୍ୟୁରୋ: ପୁଣି ଖୋଲିଲା ଚିଟଫଣ୍ଡ ଫାଇଲ  । ସିବିଆଇ ପରେ ମାମଲା ହାତକୁ ନେଇଛି ଇଡି  । ଏଟି ଚିଟଫଣ୍ଡ ଠକେଇ ମାମଲା ରେ ସୂର୍ଯ୍ୟପ୍ରଭା ଦୈନିକ ଖବର କାଗଜ ମାଲିକ  ବିକାଶ ସ୍ୱାଇଁଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଇଡି । ଏହା ସହ ଲକ୍ଷ୍ମିସାଗର ରେ ଥିବା ବିଲଡର ସାଗର ରାୟଙ୍କ ଘରେ ଇଡି ଟିମ ଚଢ଼ାଉ କରି କାଗଜପତ୍ର ଯାଞ୍ଜ କରିଛି ।  ସେହିପରି ପୂର୍ବରୁ ଏଟି ଚିଟଫଣ୍ଡ ସଂସ୍ଥା ସହ ଜମି କିଣାବିକା ମାମଲାରେ ଜଡିତ ଥିବା ଛତ୍ରପୁର ର ବ୍ୟବସାୟୀ ଅହିଭୁଷଣ ସାହୁଙ୍କ ଘରେ ଇଡି ରେଡ଼ କରିଛି । ଇଡିରେ ହସ୍ତକ୍ଷେପ ପରେ ଏବେ ଠକେଇ ରେ ସଂପୃକ୍ତ ଥିବା ନେତା ଓ ଅନ୍ୟ ବ୍ୟବସାୟୀଙ୍କ ମନରେ ପୁଣି ଛନକା ପଶିଛି ।

ଚିଟଫଣ୍ଡ ସଂସ୍ଥା କରି ୨୦୦୯ ରୁ ୨୦୧୨ ମଧ୍ୟରେ ଲୋକ ଙ୍କ ଠାରୁ ପ୍ରାୟ ୫୦୦  କୋଟି ରୁ ଅଧିକ ଟଙ୍କାର ଠକେଇ କରିଥିଲା ଅର୍ଥତତ୍ତ୍ବ ବା ଏଟି ଗ୍ରୁପ ।  ମାମଲା ସିବିଆଇ ହାତ କୁ ଯିବା ପରେ ବନ୍ଧା ହୋଇଥିଲେ କମ୍ପାନୀର ଏମ ଡି ପ୍ରଦୀପ ସେଠୀ । ପରେ ଫାଇଲ ଯେକିକି ଖୋଲିଲା ନୂଆ ଚେହେରା ସାମ୍ନାକୁ ଆସିଲା । ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରୀପାଠୀ ଙ୍କ ସହ ସୂର୍ଯ୍ୟପ୍ରଭା ଖବର କାଗଜ ମାଲିକ ବିକାଶ ସ୍ବାଇଁ , ବିଲଡର ସାଗର ରାୟ  ଙ୍କ ଭଳି ଏକାଧିକ ଲୋକଙ୍କୁ ବାନ୍ଧିଥିଲା ସିବିଆଇ ।  ପରେ ବେଆଇନ ଆର୍ଥିକ କାରମାର ଅଭିଯୋଗ ନେଇ ମାମଲା ଇଡି ହାତକୁ ନେଇଥିଲା ।

ସେପଟେ ଅର୍ଥତତ୍ବରେ ଟଙ୍କା ରଖି ନିରାଶ ଜମାକାରୀ ଏବେ ଚିନ୍ତାରେ..ଯଦିଓ  2 ମାସ ତଳେ କଟକ ଓପିଆଇଡି। କୋର୍ଟ କହିଥିଲେ ଏଟି ସଂପତ୍ତି ବ୍ୟାଜାପ୍ତି କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ତଥାପି ଏଟି ଗ୍ରୁପ ର କିଛି ଅଭିଯୁକ୍ତଙ୍କୁ ପୂର୍ବରୁ ସମନ କରି ପଚରାଉଚୁରା କରି ସାରିଛି ଇଡି । ଏବେ ଆଗକୁ ମାମଲା ର ଅନ୍ୟ ଅଭିଯୁକ୍ତ ଇଡି ସ୍କାନରେ ଥିବା ବେଳେ ସିସୋର ଭଳି ଅନ୍ୟ ଚିଟଫଣ୍ଡ ଠକେଇ ର ଫାଇଲ ମଧ୍ୟ  ଶୀଘ୍ର ଇଡି ଖୋଲିବ ବୋଲି ସୂଚନା ମିଳିିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:  
 

Sponsored
Scam case in the state again | Argus News