ରାଜଧାନୀରେ ଚାରା ରୋପଣରେ ଘୋଟାଲାର ଗନ୍ଧ

ଅର୍ଗସ ବ୍ୟୁରୋ: ହକି ବିଶ୍ୱକପ ସମୟରେ ସହରକୁ ସୁନ୍ଦର କରିବାକୁ ଚାରା ଲଗାଇଲେ ସରକାର। ହେଲେ ଚାରା ପାଇଁ ରାଜ୍ୟରେ ନର୍ସରୀ ପାଇଲେ ନାହିଁ ସରକାର।ପଡୋଶୀ ଆନ୍ଧ୍ର ଓ ତେଲେଙ୍ଗାନାକୁ ବାଛିଲେ ସରକାର। ହେଲେ ଗୋଟିଏ ଚାରା ପାଇଁ ଖର୍ଚ୍ଚ କଲେ 12 ଶହ ଟଙ୍କା। ଶିଖର ଚଣ୍ଡୀରେ 18 ହଜାର ଚାରା ରୋପଣ ପାଇଁ ଖର୍ଚ୍ଚ ହୋଇଛି 2 କୋଟି 14 ଲକ୍ଷ 14 ହଜାର ଟଙ୍କା। ବାକି ପୁରା ସହରରେ ରାସ୍ତା ଦୁଇ ପାର୍ଶ୍ବରେ ଗଛ ଲଗାଇଛନ୍ତି। ତେବେ ଅନେକ ଯାଗାରେ ଗଛର ଚିହ୍ନବହ୍ନ ନାହିଁ। ପଡୋଶୀ ରାଜ୍ୟରୁ ଚାରା ଆମଦାନୀରେ ବଡ ଦୁର୍ନୀତିର ଗନ୍ଧ ବାରିଛି ବିଜେପି।
ଦଳର ଅଭିଯୋଗ ,ଏହି ଦୁର୍ନୀତିର ନେତୃତ୍ୱ ନେଉଛନ୍ତି ଅଣ ଓଡ଼ିଆ ଅଫିସର। ସିବିଆଇ ତଦନ୍ତ ହେଲେ ଏହି ଅଧିକାରୀ ମାନେ ଜେଲ ଯିବେ। ଚାରା ଘୋଟାଲ ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ବରରେ ଆନ୍ଦୋଳନ ଡାକରା ଦେଇଛି ବିଜେପି। ପୂର୍ବରୁ କାମ୍ପା ଫଣ୍ଡରେ ୫ହଜାର ୯ଶହ କୋଟିର ଦୁର୍ନୀତି ଅଭିଯୋଗ ଆସିଥିଲା, ଓମ୍ବାଡସିରେ ବି ଚାରା ରୋପଣରେ ୬ହଜାର କୋଟି ଟଙ୍କାର ଦୁର୍ନୀତି ସହ ମହାନଦୀ ସବୁଜ ମିଶନରେ ୧୫୦କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଥିଲେ ବିରୋଧୀ। ଏବେ ଏଥିରେ ଯୋଡି ହୋଇଛି ଦକ୍ଷିଣୀ ଚାରା ଘୋଟାଲା। ସବୁ ଦୁର୍ନତିକୁ ମିଶାଇଲେ 15 ହଜାର କୋଟିର ଚାରା ଦୁର୍ନତୀ ହୋଇଥିବା ଅଭିଯୋଗ ଆଣିଛି ବିଜେପି।
ରାଜ୍ୟରେ ଚାଷୀଙ୍କ ଆୟ ପୁରା ଦେଶରେ ତଳ ଆଡୁ ଦୀତୀୟ। ଅର୍ଥାତ ମାସକୁ 5112 ଟଙ୍କା ରୋଜଗାର କରୁଛି ଆମ ରାଜ୍ୟ ଚାଷୀ। ରାଜ୍ୟରେ ଅନେକ ଚାଷୀ ନର୍ସରୀ କରି ପରିବାର ଚଳାଉଛନ୍ତି। ସେମାନଙ୍କ ପାଖରୁ ଚାରା ଆସିଥିଲେ ସେମାନଙ୍କ ରୋଜଗାର ବଢିଥାନ୍ତା। ଓଡିଶା ପଇସା, ଆମ ରାଜ୍ୟର ଚାଷୀଙ୍କ ପାଖକୁ ଯାଇଥାନ୍ତା। ତେବେ ପ୍ରଶ୍ନ ରାଜ୍ୟରୁ ଚାରା ନ କିଣି କାହିଁକି ପଡୋଶୀ ଆନ୍ଧ୍ର , ତେଲେଙ୍ଗାନାରୁ ଆସିଲା ଚାରା। ଏଥିରେ କାହାର ସ୍ବାର୍ଥ ସାଧିତ ହେଲା, ଚାଷୀ ନା ଅଣଓଡିଆ ଅଫିସର।
ଅଧିକ ପଢ଼ନ୍ତୁ ଓଡିଶା ଖବର: