Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SCB Massive Fire / ଏସସିବି ଭୟାବହ ଅଗ୍ନିକାଣ୍ଡ ଘଟଣା: ଆସିଲା ୧୦ ମୃତକଙ୍କ ପରିଚୟ

Ritu Das
Browse all articles by Ritu Das
·4 months ago·2 min read
ଏସସିବି ଭୟାବହ ଅଗ୍ନିକାଣ୍ଡ ଘଟଣା: ଆସିଲା ୧୦ ମୃତକଙ୍କ ପରିଚୟ
India

Key Points

SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଅଗ୍ନିକାଣ୍ଡରେ ୧୦ ମୃତକଙ୍କ ମିଳିଲା ପରିଚୟ ମିଳିଛି। ୧୦ ମୃତକ ଜଣଙ୍କ ମଧ୍ୟରେ ରମେଶ ପରିଡ଼ା, ଦାଶରୁ ମୁଣ୍ଡା, ମହମ୍ମଦ ନ୍ୟୁମ, ଗୌରାଙ୍ଗ ବାରିକ, ଏସ କେ ଅବଦୁଲ ସୁତାର, ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ଦାସ, ଚେରୁ ପରିଡ଼ା, ମେନକା ରାଉତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଟ୍ରମା କେୟାର ICUରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଛି। ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି।
SCB ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିବା ସହ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ। ମେଡିକାଲ ବୁଲି ଦେଖିବା ପରେ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

ପଢନ୍ତୁ ଏହି ଖବର: SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟୁ
ଅଶୁଭ ସୋମବାର। ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ଧୂଆଁରେ ଅଣନିଃଶ୍ବାସୀ ହୋଇ ୧୦ ନିରୀହ ଜୀବନ ଚାଲିଯାଇଛି। ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି ନିକଟରେ ଥିବା ବିଭିନ୍ନ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ତେବେ ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ।

ଏସସିବି ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା। ଘଟଣାସ୍ଥଳ ପରିଦର୍ଶନ କରି ମୃତାହତ ପରିବାର ପ୍ରତି ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରୋଗୀଙ୍କ ସଂପର୍କୀୟଙ୍କୁ ଭେଟି ସମବେଦନା ଜଣାଇବା ସହ ଉତ୍ତମ ଚିକିତ୍ସା ଲାଗି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପୁରା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏଥିସହ ପଢ଼ନ୍ତୁ:  ଏସସିବି ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SCB Hospital Fire Tragedy: Identity of 10 Deceased Victims Confirmed | Argus News