Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SCB Massive Fire / ଏସସିବି ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·4 months ago·2 min read
ଏସସିବି ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
India

Key Points

ଏସସିବି ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା
ଘଟଣାସ୍ଥଳ ପରିଦର୍ଶନ କରି ମୃତାହତ ପରିବାର ପ୍ରତି ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ
ଏସସିବି ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା। ଘଟଣାସ୍ଥଳ ପରିଦର୍ଶନ କରି ମୃତାହତ ପରିବାର ପ୍ରତି ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରୋଗୀଙ୍କ ସଂପର୍କୀୟଙ୍କୁ ଭେଟି ସମବେଦନା ଜଣାଇବା ସହ ଉତ୍ତମ ଚିକିତ୍ସା ଲାଗି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ପୁରା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।



ରବିବାର ବିଳମ୍ବିତ ରାତିରେ କଟକ ଏସ୍‌ସିବି ମେଡିକାଲ ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ହୋଇଛନ୍ତି । ତେବେ ଏତେ ବଡ଼ ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ କିଛି ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ମୃତାହତଙ୍କ ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ଏପିରିକି ମୃତାହତଙ୍କ ସଂପର୍କୀୟଙ୍କୁ ଭେଟି ସମବେଦନା ଜଣାଇଥିଲେ । ତେବେ ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ଦେବା ଲାଗି ନିର୍ଦ୍ଦେଶ ଦେବା ସହ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆଦେଶ ଦେଇଥିଲେ । ଏହାସହିତ ମୃତକଙ୍କ ପରିବାରକୁ CMRF ରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏସସିବି ମେଡିକାଲ ଟ୍ରମା କେଆର୍ ଆଇସିୟୁରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଜାଣି ମୁଁ ଦୁଃଖିତ । ଏହି ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବାସହ ଅନ୍ୟ ରୋଗୀ ମାନଙ୍କୁ ତୁରନ୍ତ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରି ଚିକିତ୍ସା ଜାରି ରଖିବାକୁ ନିର୍ଦ୍ଦେଶ ବି ଦେଇଛି। ଆଇସିୟୁରୁ ସ୍ଥାନାନ୍ତରିତ ହୋଇଥିବା ଅନ୍ୟ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗ ତଥା ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି। ଅବହେଳାରୁ ଏଭଳି ଅଘଟଣ ଘଟିଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ଅଗ୍ନିଶମ ଡିଜି ଘଟଣାର ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ।

ଏଥିସହ ପଢ଼ନ୍ତୁ:  SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟୁ

ଅଶୁଭ ସୋମବାର। ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ଧୂଆଁରେ ଅଣନିଃଶ୍ବାସୀ ହୋଇ ୧୦ ନିରୀହ ଜୀବନ ଚାଲିଯାଇଛି। ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି ନିକଟରେ ଥିବା ବିଭିନ୍ନ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ତେବେ ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Major Fire at SCB Medical, CM Orders High-Level Investigation | Argus News