Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SCB Row in Assembly / ବିଧାନସଭାରେ SCB ତାତି,ବାରମ୍ବାର ଗୃହ ମୁଲତବି,ମନ୍ତ୍ରୀ କହିଲେ 12 ଜଣ ପ୍ରାଣ ହରାଇଛନ୍ତି

Bikash Mohanty
Browse all articles by Bikash Mohanty
·4 months ago·2 min read
ବିଧାନସଭାରେ SCB ତାତି,ବାରମ୍ବାର ଗୃହ ମୁଲତବି,ମନ୍ତ୍ରୀ କହିଲେ 12 ଜଣ ପ୍ରାଣ ହରାଇଛନ୍ତି
Assembly

Key Points

ବିଧାନସଭାରେ SCB ତାତି
ବାରମ୍ବାର ଗୃହ ମୁଲତବି
ସ୍ବାସ୍ଥ୍ୟମନ୍ତ୍ରୀ କହିଲେ 12 ଜଣ ପ୍ରାଣ ହରାଇଛନ୍ତି
ଆଜିଥିଲା ବିଧାନସଭା ବଜେଟ୍ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ଦିନ। ଷଷ୍ଠ ଦିନରେ ବିଧାନସଭାରେ ଦେଖାଦେଇଥିଲା ଏସସିବି ତାତି। ଏସ୍‌ସିବି ଅଗ୍ନିକାଣ୍ଡ ପ୍ରସଙ୍ଗ ଉଠାଇ ଜୋରଦାର ହଟ୍ଟଗୋଳ କରିଥିଲେ ବିରୋଧି । ଗୃହର ମଧ୍ୟଭାଗକୁ ଆସି କଲେ ନାରାବାଜି କରିବା ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ପ୍ରଶ୍ନକାଳ ସମୟରେ ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟକୁ ୧୨ ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢୀ।
ଠିକ୍ ୧୨ଟାରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ। ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ପୁଣି ଗୃହରେ ହୋହଲ୍ଲା କରିଥିଲେ ବିରୋଧି। ହେଲେ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବିବୃତି ରଖିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ। କଟକ ଏସ୍‌ସିବି ମେଡିକାଲ୍‌ ଅଗ୍ନିକାଣ୍ଡରେ ମୃତ୍ୟୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ବାଧ୍ୟହୋଇ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତ୍ତି।

                ଏସସିବି ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତି

ଅଗ୍ନିକାଣ୍ଡ ଘଟିବା ତୁରନ୍ତ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଗୁରୁତର ରୋଗୀଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ ମୋଟ 12 ଜଣ ପ୍ରାଣ ହରାଇଛନ୍ତି । ଦେବଦୂତ ଭଳି ଯେଉଁ ମେଡିକାଲ କର୍ମଚାରୀ ମାନେ ଉଦ୍ଧାରକାର୍ଯ୍ୟ କରିଥିଲେ । ସେମାନଙ୍କ ମଧ୍ୟରୁ 11 ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ଆହତଙ୍କୁ ଭେଟିଥିଲେ । ଏହାସହ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଯାହା ଆବଶ୍ୟକ ସେହି ଅନୁସାରେ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି ସରକାର । ଏହା ଭିତରେ ରାଜ୍ୟରେ ଥିବା 2010ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ଯାଞ୍ଚ ସରିଛି । ସେଗୁଡ଼ିକର କଣ ଆବଶ୍ୟକତା ଅଛି ତାହା ଅନୁଧ୍ୟାନ କରାଯିବା ସହ ପୂରଣ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ 400 କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି । ସରକାର ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ଦୃଢ଼ କାର୍ଯୟାନୁଷ୍ଠାନ ଗ୍ରହଣ କରାଯିବ । ଏଥି ସହ ଇଣ୍ଟର ଡିପାର୍ଟମେଣ୍ଟ ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ଗଠନ କରାଯାଇଛି । ଉନ୍ନୟନ କମିଶନର କ୍ଷେତ୍ର ପରିଦର୍ଶନ ଅନୁଧ୍ୟାନ କରିଛନ୍ତି ବୋଲି ଗୃହରେ ସୁଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ପଢନ୍ତୁ ଏହି ଖବର: SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SCB Row in Assembly | SCB Row in Assembly: Minister Confirms 12 Deaths, Repeated Adjournments | Argus News